୨୮୫ କୋଟି ଟଙ୍କାର ସମ୍ପତ୍ତି ପାଇଁ ମୃତ ମା'ଙ୍କୁ ଜୀବିତ ଦର୍ଶାଇଥିଲା ପୁଅ : ସ୍ତ୍ରୀ ଓ ପୁଅ ସହ ହେଲା ଗିରଫ

Published By : Prameya-News7 Bureau | December 19, 2018 IST

ନୋଏଡା ୧୯/୧୨ : ମୁମ୍ବାଇରେ ରହୁଥିବା ସୁନୀଲ ନାମକ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ରାଧା ଓ ତାଙ୍କ ପୁଅ ଅଭିଷେକକୁ ଗିରଫ କରିଛି ନୋଏଡା ପୋଲିସ | ଅଭିଯୁକ୍ତଙ୍କ ଭାଇ ଅଭିଯୁକ୍ତ, ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଥିଲେ | ଅଭିଯୁକ୍ତ ୨୮୫ କୋଟି ଟଙ୍କାର ସମ୍ପତ୍ତି ପାଇଁ ମୃତ ମା'ଙ୍କୁ ଜୀବିତ କହିଥିବା ଅଭଯୋଗକରି କହିଛନ୍ତି | ଏହି ୩ଜଣଙ୍କୁ ମୁମ୍ବାଇର ହିରନଦାନୀ ଗାର୍ଡେନରୁ ଗିରଫ କରାଯାଇଛି |


ସୂଚନାଯୋଗ୍ୟ ଯେ, ବିଜୟ ଗୁପ୍ତା ନାମକ ଜଣେ ବ୍ୟକ୍ତି ନିଜ ବଡ ଭାଇ ସୁନୀଲ, ଭାଉଜ, ତାଙ୍କର ଦୁଇ ପୁଅ ଏବଂ ଅନ୍ୟ ୫ଜଣଙ୍କ ବିରୋଧରେ ନୋଏଡା ଥାନାରେ ୫ ବର୍ଷ ପୂର୍ବରୁ ଏଫଆଇଆର ଦେଇଥିଲେ | ଥାନା ଅଧିକାରୀ ମନୋଜ କୁମାର ପନ୍ତଙ୍କ କହିବାନୁଯାୟୀ, ମା'ଙ୍କ ମୃତ୍ୟୁ ପରେ ସୁନୀଲ ମା'ଙ୍କ ନାଁରେ ମିଛ ଦସ୍ତାବେଜ ପ୍ରସ୍ତୁତ କରିଥିଲେ | ଏହି ଦସ୍ତାବେଜରେ ତାଙ୍କ ମା ଜୀବିତ ଥିବା ଦର୍ଶାଇଥିଲେ ସୁନୀଲ | ଏହାପରେ ସୁନୀଲ ସମସ୍ତ ସମ୍ପତ୍ତିକୁ ନିଜେ ନିଜେ ନିଜ ନାଁରେ କରିଦେଇଥିଲା | ସୁନୀଲଙ୍କ ଭାଇ ଏସବୁ କଥା ଜାଣିପାରିଲେ |


ସୂଚନାଯୋଗ୍ୟ ଯେ, ସୁନୀଲଙ୍କ ମା' କମଲେଶ ରାଣୀଙ୍କ ମୃତ୍ୟୁ ୨୦୧୧ ମସିହା ମାର୍ଚ୍ଚ ୭ତାରିଖରେ ହୋଇଥିଲା | ତାଙ୍କ ନାଁରେ ୨୮୫ କୋଟି ଟଙ୍କାର ସମ୍ପତ୍ତି ଥିଲା | ମୁମ୍ବାଇରେ ଏକ ମହମବତୀ ତିଆରି କରିବା କାରଖାନା ମଧ୍ୟ ଏହି ସମ୍ପତ୍ତି ଅନ୍ତର୍ଭୁକ୍ତ ଥିଲା | ଏହି କାରଖାନାର ଏକ ବ୍ରାଞ୍ଚ ଅଫିସ ନୋଏଡାରେ ମଧ୍ୟ ରହିଛି | 

{"id":65220,"width":590,"height":368}


ମରିବା ପୂର୍ବରୁ କମଲେଶ ରାଣୀ ନିଜ ଘୋଷଣା ପତ୍ରରେ ଦର୍ଶାଇଥିଲେ ଯେ, ତାଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ପୁଅମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ | କିନ୍ତୁ କମଲେଶ ରାଣୀଙ୍କ ମୃତ୍ୟୁ ପରେ ସବୁ ଓଲଟପାଲଟ ହେଇଯାଇଥିଲା | କମଲେଶ ଦେବୀଙ୍କ ପୁଅ ସୁନୀଲ ମିଛ କାଗଜପତ୍ର ପ୍ରସ୍ତୁତ କରି ସବୁ ସମ୍ପତ୍ତି ଏବଂ ମହମବତୀ କାରଖାନା ନିଜ ନାଁରେ କରିଦେଇଥିଲେ ଯେଉଁଥିରେ ସୁନୀଲଙ୍କ ଭାଇ ବିଜୟଙ୍କର ମଧ୍ୟ ଅଧିକାର ଥିଲା |


ଅଫିସରଙ୍କ ମୁତାବିକ, ରେଜିଷ୍ଟ୍ରାର ଅଫିସରେ ସୁନୀଲ ମିଛ ଦସ୍ତାବେଜ ପେଶ କରିଥିଲେ ଯେଉଁଥିରେ ଲେଖା ଯାଇଥିଲା ଯେ, ମହମବତୀ ତିଆରି କାରଖାନା କମଲେସ ଦେବୀ ସୁନୀଲ ଗୁପ୍ତାଙ୍କୁ ଉପହାର ଦେଇଥିଲେ | ଏହି ଉପହାରର ଘୋଷଣା ପତ୍ର (ଗିଫ୍ଟ ଡିଡ଼) ମଧ୍ୟ ପ୍ରସ୍ତୁତ କରାଯାଇଥିଲା ବୋଲି ସେ କହିଥିଲେ | ନିୟମ ଅନୁସାରେ ଗିଫ୍ଟ ଡିଡ଼ କୌଣସି ମୃତ ବ୍ୟକ୍ତିଙ୍କ ନାଁରେ କରାଯାଇପାରିବ ନାହିଁ | ସେଥିପାଇଁ ସୁନୀଲ ଗିଫ୍ଟ ଡିଡ଼ରେ ମା'ଙ୍କୁ ଜୀବିତ ଥିବା ଦର୍ଶାଇଥିଲା |
ବିଜୟ ବଡ ଭାଇ ସୁନୀଲଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରିଥିଲେ | ସୁନୀଲ ମା'ଙ୍କ ମୃତ୍ୟୁ ପରେ କମ୍ପାନୀରୁ ୨୯ କୋଟି ଟଙ୍କା ନିଜର ଏକ ସାଙ୍ଗର କମ୍ପାନୀକୁ ଟ୍ରାନ୍ସଫର କରିଥିଲା | ତେବେ ଏତେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ କାହାକୁ ପଚାରି ବୁଝିବା ସୁନୀଲ ଜରୁରୀ ବୋଲି ଭାବିନଥିଲେ | ଏହିସବୁ କାମରେ ବିଜୟ ବଡ ଭାଇ ସୁନୀଲକୁ ବିରୋଧ କରିବାରୁ ସୁନୀଲ ସାନ ଭାଇକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା |


ଏହି କେଶ ୫ବର୍ଷ ହେଲା ଚାଲିଥିଲା | ସମସ୍ତ ପ୍ରମାଣ ଯୋଗାଡ କରିବା ପରେ ନୋଏଡାରୁ ଏକ ପୋଲିସ ଟିମ ମୁମ୍ବାଇ ପହଞ୍ଚିଥିଲା | ମୁମ୍ବାଇରୁ ସୁନୀଲ ସହ ତାଙ୍କ ପତ୍ନୀ ଓ ପୁଅକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା | ତିନିଜଣଙ୍କୁ ଜେଲ ପଠାଇ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.