ସ୍ୱାମୀଙ୍କ ସାଙ୍ଗ ସହ ହୋଇଗଲା ପ୍ରେମ : ଏବେ ଗୋଟିଏ ଘରେ ୩ ଜଣ ରହୁଛନ୍ତି, ଏକାଠି ଶୋଉଛନ୍ତି

Published By : Prameya-News7 Bureau | July 11, 2021 IST

ସିଆଟଲ,୧୧/୦୭: ବିବାହ ପରେ ସ୍ୱାମୀ ଆଉ ଭଲ ଲାଗିଲେନି । ସ୍ୱାମୀଙ୍କ ମହିଳା ବନ୍ଧୁଙ୍କ ସହ ଗଢି ଉଠିଲା ପ୍ରେମ । କିନ୍ତୁ ପରେ ପରସ୍ପର ମଧ୍ୟରେ ହେଲା ବୁଝାବଣା । ଏବେ ତିନିଜଣ ଏକାଠି ଗୋଟିଏ ଘରେ ରହୁଛନ୍ତି । ଉଭୟ ସ୍ୱାମୀ ଓ ସ୍ୱାମୀଙ୍କ ମହିଳା ବନ୍ଧୁଙ୍କୁ ସମାନ ଭାବେ ପ୍ରେମ କରୁଛନ୍ତି ସ୍ତ୍ରୀ । ଏପରି ଅଜବ ଘଟଣା ସାମ୍ନାକୁ ଆସିଛି ଆମେରିକାର ସିଆଟଲରେ ।

ସୂଚନା ଅନୁସାରେ, ଆମେରିକାର ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ କଲେଜରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକଜଣଙ୍କ ହେଲେ ଜଷ୍ଟିନ୍ । ସେ ଜଣେ ହାସ୍ୟ ଅଭିନେତା । ୨୦୦୬ରେ ସେ କ୍ୟାଟି ରପଲ୍ ନାମକ ଜଣେ ଯୁବତୀଙ୍କୁ ଏକ କାର୍ଯ୍ୟକ୍ରମରେ ଭେଟିଥିଲେ । ପରେ ପରସ୍ପରକୁ ଡେଟ୍ କରିଥିଲେ । ୨୦୧୩ରେ ଜଷ୍ଟିନ୍ ଓ କ୍ୟାଟି ବିବାହ କରିଥିଲେ । ଉଭୟ ଅତି ଖୁସିରେ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିଲେ । ପରସ୍ପର ସହ ସବୁକିଛି ସେୟାର କରୁଥିଲେ । ଏକଦା  କ୍ୟାଟି ଜଷ୍ଟିନଙ୍କୁ ଏପରି କିଛି କହିଥିଲେ ଯାହା ଶୁଣି ଜଷ୍ଟିନ୍ ଆବାକ୍ ହୋଇଯାଇଥିଲେ ।

କ୍ୟାଟି କହିଥିଲେ ଯେ, ସେ ହେଉଛନ୍ତି ଉଭୟଲିଙ୍ଗୀ । ଅର୍ଥାତ ପୁରୁଷଙ୍କ ସହ ମହିଳାଙ୍କ ପ୍ରତି ମଧ୍ୟ ସେ ଆକର୍ଷିତ ହୁଅନ୍ତି । ଏପରିକି ସେ ସ୍ୱାମୀଙ୍କ ବନ୍ଧୁ କ୍ଲେୟରଙ୍କୁ ପ୍ରେମ କରନ୍ତି । କ୍ଲେୟରଙ୍କୁ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଖିବା ପରେ ଆକର୍ଷିତ ହୋଇଥିଲା ।

{"id":478784,"sizeSlug":"large","linkDestination":"none"}

ଜଷ୍ଟିନ କହିଛନ୍ତି ଯେ, ୩୬ ବର୍ଷୀୟା କ୍ଲେୟର ତାଙ୍କର କଲେଜ ସମୟର ବାନ୍ଧବୀ । କ୍ୟାଟି ତାଙ୍କ ମହିଳା ବନ୍ଧୁଙ୍କୁ ଭଲ ପାଉଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ଉଭୟ କ୍ଲେୟରଙ୍କ ସହ ଏନେଇ ଆଲୋଚନା କରିଥିଲେ । କ୍ଲେୟର ମଧ୍ୟ ରାଜି ହୋଇଯାଇଥିଲେ ।ଏବେ ସେମାନେ ଏକାଠି ରହୁଛନ୍ତି । ଖାଇବା, ପିଇବା, ଶୋଇବା ସବୁ ମିଶି କରୁଛନ୍ତି । ସମସ୍ତଙ୍କ ମଧ୍ୟରେ ଉତ୍ତମ ବୁଝାବଣା ମଧ୍ୟ ରହିଛି । ତେବେ ଏହି ନିଷ୍ପତ୍ତିକୁ ସେମାନଙ୍କ ଘର ଲୋକ ବିରୋଧ କରିନଥିଲେ । କିନ୍ତୁ ସୋସିଆଲ ମିଡିଆରେ କିଛି ୟୁଜର ସେମାନଙ୍କୁ ଟ୍ରୋଲ କରିଥିଲେ । ତେବେ ସେମାନେ ପରସ୍ପରକୁ ପାଇ ବହୁତ ଭାଗ୍ୟବାନ ବୋଲି ମନେ କରୁଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.