ବିବାହିତ ବ୍ୟକ୍ତି ଗାର୍ଲଫ୍ରେଣ୍ଡ ସହ ହଲରେ ଦେଖୁଥିଲେ ମର୍ଦାନୀ-୨, ସ୍ବାମୀଙ୍କୁ ବିଚ୍ ରାସ୍ତାରେ ଦବଙ୍ଗ୍ ଷ୍ଟାଇଲରେ ଛେଚିଲେ ସ୍ତ୍ରୀ

Published By : Prameya-News7 Bureau | December 27, 2019 IST

ଗୁଜୁରାଟ୨୭/୧୨: ବିଚ୍‌ ରାସ୍ତାରେ ସ୍ବାମୀଙ୍କ ପ୍ରେମ ନିଶା ଛଡ଼ାଇ ଦେଲେ ସ୍ତ୍ରୀ। ରାସ୍ତା ମଝିରେ ସ୍ବାମୀଙ୍କ କଲର ଧରି ଦବଙ୍ଗ୍ ଷ୍ଟାଇଲରେ ନିର୍ଧୁମ ଛେଚିଲେ ସ୍ତ୍ରୀ। ଜଣେ ବିବାହିତ ବ୍ୟକ୍ତି ଓ ତାଙ୍କ ପ୍ରେମିକା ରାଣୀ ମୁଖାର୍ଜୀଙ୍କ ଫିଲ୍ମ ମର୍ଦାନୀ-୨ ଦେଖିବା ପାଇଁ ସିନେମା ହଲରେ ପହଞ୍ଚିଥିଲେ। ପ୍ରେମୀଯୁଗଳ ଏକାଠି ବସି ମର୍ଦାନୀ-୨ ଫିଲ୍ମ ଦେଖି ଉପଭୋଗ କରୁଥିଲେ। ସ୍ବାମୀଙ୍କ କଳାକାରନାମା ସଂପର୍କରେ ସ୍ତ୍ରୀ ଜାଣିବା ପରେ ସିଧା ସିନେମା ହଲରେ ପହଞ୍ଚିଥିଲେ। ଏହାପରେ ସ୍ବାମୀଙ୍କୁ ମର୍ଦାନୀ-୨ ଫିଲ୍ମର ଡେମୋ ମଧ୍ୟ ଦେଖାଇ ଦେଇଥିଲେ। ଗୁଜୁରାଟର ଅହମଦାବାଦରେ ଏଭଳି ଘଟଣା ଘଟିଛି।

ସୂଚନାଯୋଗ୍ୟ ଗୁଜୁରାଟ୍‌ର ଅହମଦାବାଦରେ ରହୁଥିବା ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ଯୁବତୀଙ୍କ ସହ ଅବୈଧ ସଂପର୍କ  ରଖିଥିଲେ। ପୋଲିସର କହିବା ମୁତାବକ ବିବାହିତ ବ୍ୟକ୍ତି ବାହାରେ ଅନ୍ୟ ଜଣେ ଯୁବତୀଙ୍କ ସହ ମିଳାମିଶା କରୁଥିବା ପତ୍ନୀଙ୍କୁ ଆଭାଷ ମିଳିଥିଲା। କିନ୍ତୁ ଏଥର ସ୍ବାମୀଙ୍କ କଳାକାରନାମା ସ୍ତ୍ରୀଙ୍କ ଆଖି ସାମ୍ନା ପଡ଼ିଥିଲା।

ସୂଚନାଯୋଗ୍ୟ ଯେ ବିବାହିତ ପୁରୁଷ ଓ ତାଙ୍କ ପ୍ରେମିକା ଏକାଠି ମିଶି ମର୍ଦାନୀ-୨ ଫିଲ୍ମ ଦେଖିବାକୁ ଯାଇଥିଲେ। ଏ ସଂପର୍କରେ ଜଣେ ସ୍ଥାନୀୟ ଲୋକ ତାଙ୍କ ପତ୍ନୀଙ୍କୁ କହିଥିଲେ।  ଏହି କଥା ଶୁଣିବା ପରେ ପତ୍ନୀ ସିଧା ସିନେମା ହଲରେ ପହଞ୍ଚିଥିଲେ। ମହିଳାଙ୍କ ସ୍ବାମୀ ଓ ଅନ୍ୟ ଜଣେ ଯୁବତୀଙ୍କ ସହ ରୋମାନ୍ସ କରୁଥିବାର ଦେଖି ପତ୍ନୀ ସହି ପାରି ନଥିଲେ। ସ୍ବାମୀଙ୍କ କଲର ଧରି ସିନେମା ହଲରୁ ଘୋଷାଡ଼ି ଆଣି ବିଚ୍‌ ରାସ୍ତାରେ ଦବଙ୍ଗ ଷ୍ଟାଇଲରେ ବାଡ଼େଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କୁ ବୁଝାସୁଝା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.