Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ପ୍ରେମିକା ସହ ବୁଲୁଥିଲେ ସ୍ଵାମୀ, ସମସ୍ତଙ୍କ ସାମ୍ନାରେ ଧରିଲେ ପତ୍ନୀ, ନିର୍ଧୁମ ଛେଚିଲେ

5/03/2020 at 5:51 PM

ଡେରାଡୁନ ୦୫।୦୩- ଡେରାଡୁନ ସହରର ମୁଖ୍ୟ ବଜାରରେ ଜଣେ ମହିଳା ନିଜ ପତିଙ୍କୁ ପ୍ରେମିକା ସହିତ ବୁଲୁଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରିଛନ୍ତି। ଏଥିରେ ପତ୍ନୀ ରାଗରେ ଜର୍ଜରିତ ପତି ଓ ପ୍ରେମିକାଙ୍କୁ ନିର୍ଧୁମ ମାଡ ମାରିଛନ୍ତି। ଏହି ଘଟଣା ଦେଖି ବଜାରରେ ଲୋକଙ୍କ ଭିଡ ଜମିବାରେ ଲାଗିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ପତିଙ୍କୁ ମାଡ ମାରୁଥିବା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ମାମଲା ଥଣ୍ଡା ପଡିଥିଲା।

ପଛଭାଡୁନର ବୁଲାକିଓ୍ଵାଲା କ୍ଷେତ୍ରର ଜଣେ ମହିଳା ସାମଗ୍ରୀ କିଣିବାକୁ ବଜାରକୁ ଆସିଥିଲେ। ଏହି ସମୟରେ ସେ ନିଜର ପତିଙ୍କୁ ମୁଖ୍ୟ ବଜାରରେ ଅମର ଷ୍ଟିଟ୍ ଦୋକାନ ପାଖରେ ପ୍ରେମିକା ସହିତ ବୁଲୁଥିବା ଅବସ୍ଥାରେ ଧରିଥିଲେ। ଏଥିରେ କ୍ରୋଧିତ ହୋଇ ମହିଳା ବିଚ୍ ବଜାରରେ ପତି ଏବଂ ତାଙ୍କ ପ୍ରେମିକାଙ୍କୁ ବହେ ଛେଚିଥିଲେ।

ଲୋକେ ମହିଳାଙ୍କୁ ରୋକିବାକୁ ପ୍ରୟାସ କରିଥିଲେ, ରାଗରେ ଜର୍ଜରିତ ମହିଳା କାହାରି କଥା ଶୁଣିନଥିଲେ। ଏହି ଘଟଣାରେ ବଜାରରେ ଉପସ୍ଥିତ ଲୋକେ ଖୁବ୍ ମଜା ନେଇଥିଲେ।  କିଛି ସମୟ ଧରି ବଜାରରେ ହଙ୍ଗାମା ଜାରି ରହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତିନି ଜଣଙ୍କୁ କୋତବାଲି ଥାନାକୁ ନେଇ ଯାଇଥିଲା। ଆପୋଷ ବୁଝାମଣା ଏବଂ ମାମଲା ଥଣ୍ଡା ପଡିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।

   Related Posts