ଅନଲାଇନ୍ ସେକ୍ସ୍ କାମ କରୁଥିଲା ସ୍ବାମୀ : ଆପ୍‌ରେ ପୋଷ୍ଟ୍ କରୁଥିଲା ମହିଳାଙ୍କ ଅଶ୍ଳୀଳ ଭିଡିଓ

Published By : Prameya-News7 Bureau | October 25, 2020 IST

ବିଦିଶା ୨୫/୧୦: ଜଣେ ବିବାହିତା ବ୍ୟକ୍ତି କୃପାଳୁ ମହାରାଜଙ୍କ କହିବା ଅନୁଯାୟୀ ନକଲି ମାଧବ ମହାରାଜ ହୋଇ ବିବାହ କରିଥିଲେ ଏବଂ ଏହାପରେ ତାଙ୍କର ଅନେକ ଅଶ୍ଳୀଳ ଭିଡିଓ କରି ଅନଲାଇନ୍ ସେକ୍ସ ରାକେଟ୍ ଚଲାଇଥିଲା। ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର।

ବିଦିଶାର ସିଭିଲ୍ ଲାଇନ୍ ପୋଲିସ୍ ଜଣେ ଏପରି ଯୁବକକୁ ଗିରଫ କରିଛି ଯିଏ ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ପ୍ରଥମେ ତାଙ୍କୁ ଶାରିରୀକ ନିର୍ଯାତନା ଦେଇଥିଲା ଏବଂ ତାର ଭିଡିଓ କରି ପରେ ନିଜ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ କରି ‘ଅନଲାଇନ୍ ସେକ୍ସ’ ଜରିଆରେ ଆୟ କରୁଥିଲା।

{"id":350439,"sizeSlug":"large"}

ଯେତେବେଳେ ଯୁବତୀ ଏହାର ଶିକାର ହୋଇଥିବା ଜାଣି ପାରିଥିଲେ ସେ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ପୋଲିସ୍ ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା।

ଏକ ଟାଙ୍ଗୋ ଆପ୍ ଜରିଆରେ ଆଜ୍ଞାରାମ କଲୋନୀ ବାସିନ୍ଦା ଚନ୍ଦ୍ରଜିତ ଅହିରଓ୍ବାର୍ ଏବଂ ମାଧବକୁ ଗିରଫ କରାଯାଇଛି। ପୋଲିସର କହିବା ଅନୁସାରେ ଅଭିଯୁକ୍ତ ପୂର୍ବରୁ ବିବାହିତ ଥିଲା। ଫେସବୁକରେ ଲଳିତପୁରର ଜଣେ ଯୁବତୀଙ୍କ ସହ ଆଧ୍ୟାତ୍ମିକ ଗୁରୁ ନାମରେ ୨ଜଣଙ୍କ ପରିଚୟ ହୋଇଥିଲା।

ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ସେ ବିଦିଶା ନେଇ ଆସିଥିଲା,ଏଠାରେ ତାଙ୍କୁ ଶାରିରୀକ ନିର୍ଯାତନା ଦେଇଥିଲା ଏବଂ ପରେ ଟାଙ୍ଗୋ ଆପ୍ ଜରିଆରେ ସେହି ଯୁବତୀଙ୍କୁ ଅନଲାଇନ୍ ସେକ୍ସର ଜରିଆ ବନାଇଥିଲା। ଏହି ଉପାୟରେ ୩ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ୬ଲକ୍ଷରୁ ଅଧିକ ଟଙ୍କା ଜୁଟାଇଥିଲା।

{"id":350440,"sizeSlug":"large"}

ଭିନ୍ନ ଭିନ୍ନ ଉପାୟରେ ଡିମାଣ୍ଡ ହିସାବରେ ଟଙ୍କା ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ଅନଲାଇନ୍ ସେକ୍ସରେ କେବଳ ସହର,ରାଜ୍ୟ ନୁହେଁ ବରଂ ବିଦେଶରୁ ମଧ୍ୟ ଲୋକେ ତାଙ୍କୁ ଟଙ୍କା ଦେଇଥିଲେ। ଏହା ବ୍ୟତୀତ ଲଳିତପୁରରୁ ପ୍ରଲୋଭନ ଦେଖାଇ ଆଣିଥିବା ଯୁବତୀଙ୍କଠୁ ଅଭିଯୁକ୍ତ ପାଖାପାଖି ୧୫ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୪୫ହଜାର ଟଙ୍କା ହଡ଼ପ କରିଥିଲା। ଅଭିଯୁକ୍ତ ବିରୋଧରେ ଆଇଟି ଆକ୍ଟ ବ୍ୟତୀତ ଦୁଷ୍କର୍ମ ଏବଂ ବିଭିନ୍ନ ଧାରା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.