ମହଙ୍ଗା ପଡ଼ିଲା ମେଲୋଡ଼ି କୁଇନଙ୍କ ପରକୀୟା ପ୍ରେମ , ଗଳାଚିପି ହତ୍ୟା ପ୍ରୟାସ କଲେ ସ୍ଵାମୀ

Published By : Prameya-News7 Bureau | February 15, 2019 IST

ଠାକୁରଗଂଜ ୧୫/୮-ଜଣେ ମେଲୋଡ଼ି କୁଇନଙ୍କ ପରକୀୟା ପ୍ରେମ । ଏହି ପରକୀୟା ପ୍ରେମପାଇଁ ମେଲୋଡ଼ି କୁଇନଙ୍କୁ ଦେବାକୁ ପଡ଼ିଛି ଅନେକ ମୂଲ୍ୟ । ସ୍ଵାମୀ ହତ୍ୟା କରିବାକୁ  ପ୍ରୟାସ କରି ମହିଳାଙ୍କର ଚିପି ଦେଇଛନ୍ତି ଗଳା ।

ଏହିଭଳି ଘଟଣା ଘଟିଛି ଲକ୍ଷ୍ନୌର ଠାକୁରଗଂଜ ଇଲାକରେ । ସୋନିଆ ନାମକ ଜଣେ ବିବାହିତା ମହିଳାଙ୍କୁ ପରକୀୟା ପ୍ରେମ ପାଇଁ ଦେବାକୁ ପଡ଼ିଛି ଅନେକ ମୂଲ୍ୟ ।

ମେଲୋଡ଼ି କୁଇନ ସୋନିଆ ଠାକୁରଗଂଜରେ ଦୁଇବର୍ଷ ତଳେ ହୋଇଥିଲା ବିବାହ । ସୋନିଆ ମେଲୋଡ଼ି ପାର୍ଟିର ଜଣେ ପ୍ରଫେସନାଲ ସିଙ୍ଗର ଓ ଆକ୍ଟର ବି ଥିଲେ । ବିବାହ ପରେ ମଧ୍ୟ ବିଭିନ୍ନ ମେଲୋଡ଼ି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ମେଲୋଡ଼ିରେ ମଜହର ନାମକ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ତିଆରି ହୋଇଥିଲା । ମଜହର ବିବାହିତ ଥିଲେ ମଧ୍ୟ ସୋନିଆ ସହ ଘନିଷ୍ଠତା ବଢ଼ାଇଥିଲେ । ଦୁହେଁ ଗୋଟିଏ ମେଲୋଡ଼ି ପାର୍ଟିରେ ଥିବା କାରଣରୁ ଉଭୟ ଉଭୟଙ୍କୁ ମିଶିବାକୁ ବି ସୁଯୋଗ ପାଉଥିଲେ ।

ଏହି ପରକୀୟା ପ୍ରେମକୁ ନେଇ ସ୍ଵାମୀ-ସ୍ତ୍ରୀ  ଦୁହିଁଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା । ଏହି ପାଟିତୁଣ୍ଡ କାରଣରୁ ସୋନିଆ ପଳେଇ ଯାଇଥିଲେ ସାଙ୍ଗଘର ରାଜାଜୀପୁରମକୁ ।

ଏହି ଖବର ପାଇ ମେଲୋଡ଼ି କୁଇନ ସୋନିଆଙ୍କ ସ୍ଵାମୀ ରାଜାଜୀପୁରମରେ ପହଂଚିଥିଲେ । ସେଠାରେ ମହିଳାଙ୍କୁ ଡ଼ାକି ମଧ୍ୟ ପାଟିତୁଣ୍ଡ କରିଥିଲେ । ମହିଳାଙ୍କ ସ୍ଵାମୀ ଉତ୍ୟକ୍ତ ହୋଇ ତାଙ୍କ ତଣ୍ଟି ଚିପିଦେଇଥିଲେ ।

ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାମୀଙ୍କ ନାଁରେ ସୋନିଆଙ୍କ ପରିବାର ତରଫରୁ ଅଭିଯୋଗ ଅଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.