ସ୍ତ୍ରୀ ସହ ବଚସା ବେଳେ ରାଗିଯାଇ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ସ୍ବାମୀ
30/09/2019 at 7:48 PM

ଆନନ୍ଦପୁର୩୦|୯: ସ୍ବାମୀ ସ୍ତ୍ରୀ ଝଗଡାକୁ କେନ୍ଦ୍ରକରି ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛି ସ୍ବାମୀ । ଗୁରୁତର ସ୍ବାମୀ କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଘସିପୁରା ଥାନା ଭାଲୁକୁମା ଗାଁ ର ସଂଜୟ ପଲେଇ ଡ୍ରାଇଭର କମ କରନ୍ତି । ଆଠଦିନ ତଳେ ସେ କାମରୁ ଘରକୁ ଫେରିଥିଲେ । ତେବେ ଆଜି ସକାଳୁ ସ୍ତ୍ରୀ ସହ କୌଣସି କାରଣକୁ ନେଇ ଚଚସା ହୋଇଥିଲା । ଏଥିରେ କ୍ରୋଧିତ ହୋଇ ସଂଜୟ ନିଜକୁ ଶୋଇବାଘରେ ବନ୍ଦକରି ଦେହରେ କିରୋସିନ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ।ତାଙ୍କ ଶରୀରର ପ୍ରାୟ ୭୦ଭାଗ ପୋଡିଯାଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।