ସାମାନ୍ୟ ଚା'ରୁ ତୁମୁଳକାଣ୍ଡ : ପତ୍ନୀର ଏହିଭଳି ଅବସ୍ଥା କରିଥିଲା ପତି ଯେ ମହିଳାଙ୍କ ଯନ୍ତ୍ରଣା ଶୁଣି ପୋଲିସ ବି ଶିହରୀ ଉଠିଲା

Published By : Prameya-News7 Bureau | August 13, 2020 IST

ଅହମଦାବାଦ ୧୩/୦୮ : ଗୁଜରାଟ ଅହମଦାବାଦରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି | ଚା' ନ ତିଆରି କରିଦେବାରୁ ପତି ପତ୍ନୀକୁ ଏହିଭଳି ପ୍ରତାଡ଼ିତ କରିଥିଲା ଯେ ପୋଲିସ ବି ଶୁଣି ଆଶ୍ଚର୍ଯ୍ୟ ହୋଇଗଲା | ପୋଲିସ ଅଭିଯୁକ୍ତ ପତି ବିରୋଧରେ ମାମଲା ରୁଜ୍ଜୁ କରିଛି | ଚା' ତିଆରି କରି ନ ଦେବାରୁ ଅମଣିଷ ପତି ପତ୍ନୀର ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଇଥିଲା | ମାମଲା ସବରାମତି ଅଞ୍ଚଳର |  

ସୂଚନା ଅନୁଯାୟୀ, ମହିଳା ଜଣକ ଶୀତଳା ଅଷ୍ଟମୀ ପୂଜା କରିଥିଲେ | ଗୁଜରାଟରେ ହିନ୍ଦୁ ପରିବାର ଶୀତଳା ଅଷ୍ଟମୀ ପୂଜା ପାଳନ କରନ୍ତି | ଏହି ଦିନ ଘରେ ଚୁଲି ଜଳେନାହିଁ | ଦିନେ ପୂର୍ବରୁ ରନ୍ଧା ଯାଇଥିବା ବାସି ଖାଦ୍ୟ ଖାଇଯାଇଥାଏ | ମହିଳାଙ୍କୁ ଶାଶୁ ତାଙ୍କୁ ଚା' ମାଗିଥିଲେ | ମହିଳା କହିଲେ ଶୀତଳା ଅଷ୍ଟମୀରେ ଚୁଲି ଲାଗିବ ନାହିଁ | ଏହି କଥାକୁ ନେଇ ଶାଶୁ-ବୋହୁ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା | ସେତେବେଳେ ମହିଳାଙ୍କ ପତି ମଧ୍ୟ ଘରେ ଥିଲା | ସେ ଆସି ମହିଳାଙ୍କୁ ବହୁତ ମାଡ ମାରିଥିଲା | ମହିଳା ବାରମ୍ବାର କହିଥିଲେ ଯେ ବାହାରୁ ଚା' ଆଣିଦେବେ କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ | ସେ ଘରୁ ବାହାରକୁ ଆସିବାରୁ ପତି ଓ ତାଙ୍କ ଶାଶୁ ତାଙ୍କର ପିଛା କରିଥିଲେ | ମହିଳାଙ୍କ ଉପରକୁ ପଥର ଫିଙ୍ଗିଥିଲେ | ଏହାପରେ ଉଭୟ ଶାଶୁ ଓ ପତି ମହିଳାଙ୍କୁ ଟାଣି ଟାଣି ଘରକୁ ନେଇଆସିଥିଲେ |

{"id":314015,"sizeSlug":"large"}

ଘରକୁ ଆଣି ମହିଳାଙ୍କୁ ତାଙ୍କ ପତି ବାଡ଼ିରେ ଅମଣିଷ ଭଳି ବହୁତ ମାଡ ମାରିଥିଲେ | ତଥାପି ବି ମନ ଶାନ୍ତି ହୋଇନଥିଲା ଯେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଇଥିଲେ | ମହିଳା ଜଣକ ପୁରା ଦିନ ଯନ୍ତ୍ରଣାରେ ଛଟପଟ ହୋଇଥିଲେ | ଘଟଣା ପରା ଦିନ ମହିଳା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ | ମହିଳା ଜଣକ କହିଛନ୍ତି ଯେ ଏହା ପ୍ରଥମ ମାମଲା ନୁହେଁ | ପୂର୍ବରୁ ମଧ୍ୟ ତାଙ୍କ ପତି ଅନେକଥର ତାଙ୍କୁ ପ୍ରତାଡ଼ିତ କରିଛି | ଏହିସବୁ ପ୍ରତାରଣା ସହି ନ ପରି ମହିଳା ଅନେକଥର ନିଜ ମା' ଘରକୁ ମଧ୍ୟ ଚାଲି ଯାଇଥିଲେ | କିନ୍ତୁ ମା' ଘର ଲୋକ ତାଙ୍କୁ ବୁଝାଇ ସୁଝାଇ ପୁଣି ଶାଶୁଘରକୁ ପଠାଇ ଦିଅନ୍ତି ବୋଲି ସେ କହିଛନ୍ତି | କିନ୍ତୁ ଏଥର ତାଙ୍କ ପତି ସବୁ ସୀମା ପାର କରିଦେଇଛି ଏବଂ ଏଥର ତାଙ୍କ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.