ସ୍ୱାମୀର ପରକିୟା ପ୍ରୀତିକୁ ବିରୋଧ କରି ରାସ୍ତାରେ ମାଡ ଖାଇଲା ସ୍ତ୍ରୀ

Published By : Prameya-News7 Bureau | January 22, 2020 IST

ଭୁବନେଶ୍ୱର ୨୨।୧: ପରକିୟା ପ୍ରୀତି ପାଇଁ ବିଚ୍ ସଡକରେ ସ୍ତ୍ରୀକୁ ପିଟୁଛି ସ୍ୱାମୀ। କିନ୍ତୁ ଦୋଷ ସ୍ତ୍ରୀର ନୁହେଁ ସ୍ୱାମୀର । ସ୍ତ୍ରୀର ଭୁଲ ହେଲା ସେ ସ୍ୱାମୀକୁ ତାର ଭୁଲ ଦେଖାଇ ଭର୍ତ୍ସନା କଲା। ଗୋଟିଏ ପିଲାର ବାପ ହୋଇ ଅନ୍ୟ ଝିଅ ସହ ରାତି ବିତାଉଥିଲା ସ୍ୱାମୀ। ଏହା କେମିତି ସ୍ତ୍ରୀ ଦେହରେ ଯାଇଥାନ୍ତା। ପ୍ରତିବାଦ କରିବାରୁ ସ୍ତ୍ରୀକୁ ବିଚ୍ ରାସ୍ତାରେ ଗୁଡେଇତୁଡେଇ ପିଟିଲା ସ୍ୱାମୀ। ଟଣା ଓଟରା କରି ଚୁଟି ଝିଙ୍କି ମାଡ ମାରୁଥିଲା ସ୍ୱାମୀ।

ବିଚାରା ଛୋଟ ପୁଅଟି ମା ଉପରେ ମାଡ ଦେଖି ଚିତ୍କାର କରୁଥିଲା। କିନ୍ତୁ ଶୁଣୁନଥିଲା ବାପ। ଦେଖଣାହାରୀ ବାଟ ଭାଙ୍ଗି ଚାଲିଯାଉଥିଲେ। ତେବେ ଶେଷରେ କିଛି ଦେଖଣାହାରୀ ସହିନପାରି ପ୍ରତିବାଦ କଲେ।  ସ୍ୱାମୀକୁ ତାଗିଦ୍ କଲେ । କ'ଣ ସ୍ୱାମୀ ବୋଲି ଏମିତି ନିର୍ଯାତନା ଦେବ। ଘରେ ସମାଧାନ ନ କରି ରାସ୍ତାରେ ମାରପିଟ କରିବ। ତେବେ ପୋଲିସ ଡାକିବାକୁ ମନା କରିଥିଲା ସ୍ତ୍ରୀ।

{"id":214624,"sizeSlug":"large"}

ସେ ଥିଲା କିନ୍ତୁ ଦୟାଳୁ, ସ୍ୱାମୀକୁ କ୍ଷମା କରିଦେବାର ସଙ୍କେତ ଥିଲା ତା କଣ୍ଠରେ। ଆଖିରେ ଲୁହ, ମନରେ କୋହ ତଥାପି ସ୍ୱାମୀକୁ କ୍ଷମା କରିବାକୁ ନଥିଲା କୁଣ୍ଠା , କିନ୍ତୁ ସ୍ୱାମୀ ଏ ସବୁ ବୁଝିବ ତ ? ରାଜଧାନୀର ଲୋଅର ପିଏମଜିର ଏହି ଦୃଶ୍ୟ ବୟାନ କରୁଛି ପୁରା ଘଟଣା।  ବେଶ କିଛି ସମୟର ମାରପିଟ ପରେ ଜଣେ କନଷ୍ଟେବଲ ଘଟଣା ସ୍ଥଳକୁ ଆସିଥିଲେ । ସ୍ୱାମୀ କୁ ଏପରି ଝଗଡା ନକରିବାକୁ ତାଗିଦ୍ କରିଥିଲେ । ଦମ୍ପତି ପିଏମଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝୁପଡି କରି ରହୁଛନ୍ତି। ସ୍ୱାମୀ ବସ୍ ରେ ହେଲପର କାମ କରନ୍ତି ।

wp:core-embed/youtube {"url":"https://www.youtube.com/watch?v=yFQ6uAykUe8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=yFQ6uAykUe8
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.