ପତ୍ନୀଙ୍କ ଆକାଉଣ୍ଟରୁ ସ୍ବାମୀ ଉଠାଇଥିଲେ ଟଙ୍କା, କୋର୍ଟରେ ପହଞ୍ଚିଲା ମାମଲା

Published By : Prameya-News7 Bureau | November 16, 2019 IST

ସୂର୍ଯ୍ୟନଗର୧୬/୧୧: ଏକ ଅଜବ ପ୍ରକାର ଘଟଣା ସାମ୍ନାକୁ ଆସିଛି। ଛୋଟ କଥାକୁ କେନ୍ଦ୍ରକରି ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା କୋର୍ଟରେ ପହଞ୍ଚିଛି। ସୂର୍ଯ୍ୟନଗର କଲୋନୀରେ ରହୁଥିବା ଦମ୍ପତି ମିଳିତ ଭାବେ ଏକ ବିଜନେସ୍‌ ଆରମ୍ଭ କରିଥିଲେ। ସ୍ତ୍ରୀ ରିଚାଙ୍କୁ  ନ ଜଣାଇ ସ୍ବାମୀ ସଚିନ ଟଙ୍କା ଉଠାଇଥିଲେ। ଏହା ପରେ ସ୍ବାମୀଙ୍କ ସମେତ ଶ୍ବଶୁର ଘର ଲୋକଙ୍କ ବିରୋଧରେ ବୋହୂ ରିଚା ଥାନାରେ ମକଦ୍ଦମା ଦାୟର କରିଛନ୍ତି।  ଏହି ପାରିବାରିକ କଳହ ଥାନାରୁ ସିଧା କୋର୍ଟରେ ପହଞ୍ଚିଥିଲା। ପତ୍ନୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ସ୍ବାମୀ ଓ ଶ୍ବଶୁର ଘର ଲୋକ ତାଙ୍କ ଆକାଉଣ୍ଟରୁ ଏକ କୋଟି ଟଙ୍କା ଉଠାଇ ନେଇଛନ୍ତି।

ସୂଚନାଯୋଗ୍ୟ ଯେ ସଞ୍ଜୟ ପ୍ରାସାଦରେରେ ରିଚା ଏକ ଏମ୍ପୋରିୟମ ଖୋଲିଥିଲେ। ଏହି ଏମ୍ପୋରିୟମର ଖାତା ବ୍ୟାଙ୍କରେ ଖୋଲା ଯାଇଥିଲା। ବ୍ୟାଙ୍କରେ ଖୋଲା ଯାଇଥିବା ଆକାଉଣ୍ଟରେ ରିଚା ନିଜ ନାଁ ସହ ତାଙ୍କ ସ୍ବାମୀ ଓ ଦିଅରଙ୍କ ନାଁ ଅଧିକୃତ କରିଥିଲେ।  ୨୦୦୩ ମସିହାରେ ନୋଇଡାର ବାସିନ୍ଦା ରିଚା ସଚିନଙ୍କୁ ବିବାହ କରିଥିଲେ।

ସୂଚନା ଅନୁସାରେ ହରିପ୍ରଭାତ ଅଞ୍ଚଳରେ ସୂର୍ଯ୍ୟନଗର କଲୋନୀରେ ରୟାଲ ଆପାର୍ଟମେଣ୍ଟରେ ସ୍ବାମୀ ଓ ସ୍ତ୍ରୀ ରହୁଥିଲେ। ୨୦୧୧ ମସିହା ସଞ୍ଜୟ ପ୍ରାସାଦରେ ଏକ ଏମ୍ପୋରିୟମ ଖୋଲିଥିଲେ। ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏମ୍ପୋରିୟମ ନାଁରେ ରିଚା ଏକ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ ରିଚା ତାଙ୍କ ସ୍ବାମୀ ସଚିନ ଓ ଦିଅର ରବିଶ୍‌ କୁମାରଙ୍କ ନାଁକୁ ଅଧିକୃତ କରିଥିଲେ। ଏମ୍ପୋରିୟମ ନାଁରେ ବ୍ୟାଙ୍କରେ ଖୋଲା ହୋଇଥିବା ଆକାଉଣ୍ଟରେ ଏକ କୋଟି ଅଧିକ ଟଙ୍କା ଥିଲା। ସ୍ବାମୀ ଓ ଶ୍ବଶୁର ଘର ଲୋକ ତାଙ୍କୁ ନ ଜଣାଇ ଆକାଉଣ୍ଟରୁ ଏକ କୋଟି ଟଙ୍କା ଉଠାଇ ନେଇଥିବା କଥା ରିଚା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.