ସ୍ତ୍ରୀକୁ ନିସ୍ତୁକ ପିଟିବା ପରେ ମୃତ ବୋଲି ଭାବି ପୋଲ ତଳକୁ ଫିଙ୍ଗିଲା ସ୍ୱାମୀ, ଘଟଣାର ମାସେ ପରେ ବି ପୀଡିତାଙ୍କୁ ନ୍ୟାୟ ମିଳୁ ନଥିବା ଅଭିଯୋଗ

Published By : Prameya-News7 Bureau | November 13, 2019 IST

ମାହାଙ୍ଗା ୧୩ ।୧୧ -  ଘରୋଇ କଳି ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ମାହାଙ୍ଗା ଥାନା ଅନ୍ତର୍ଗତ  କୁମୁଡା ଜୟପୁର ଗାଁରେ । ସାମାନ୍ୟ ଝଗଡାକୁ ନେଇ ଜଣେ ମହିଳାଙ୍କୁ ନିସ୍ତୁକ ପିଟିବା ପରେ ମୃତ ଭାବି ତାଙ୍କ ସ୍ବାମୀ ଓ ପରିବାରର ଲୋକେ ନଦୀ ପୋଲ ତଳକୁ ଫୋଫାଡି ଦେଇଥିବାର ଅଭିଯୋଗ ହୋଇଛି। ଭାଗ୍ୟବଳେ ମହିଳାଟି ବଞ୍ଜି ଯାଇଥିଲେ । ହେଲେ ଘଟଣାକୁ ମାସେ ବିତିବାକୁ ବସିଥିଲେ ମଧ୍ୟ ମାହାଙ୍ଗା ପୋଲିସ କେବଳ ତାଙ୍କ ସ୍ବାମୀ ଙ୍କୁ  ଗିରଫ କରି ଚୁପ ବସିଥିବା ଅଭିଯୋଗ କରିଛନ୍ତି ପିଡିତା ଙ୍କ ପରିବାର ଲୋକ….

ରଖେ ହରି ତ ମାରେ କିଏ ,  ଉକ୍ତିଟି ସତ ହୋଇଛି  ମାହାଙ୍ଗା ଅଞ୍ଚଳର ବିବାହିତା ମହିଳା ଝିଲି ଜେନା ଙ୍କ କ୍ଷେତ୍ରରେ । .ଅଧିକ ଯୌତୁକ ଦାବୀ କରି ଝିଲିଙ୍କୁ ଗତ ମାସ ୧୯ ତାରିଖରେ ସ୍ବାମୀ ଓ ତାଙ୍କ ପରିବାର ଲୋକ ନିସ୍ତୁକ ପିଟିବା ପରେ ମୃତ ଭାବି ତାଙ୍କ ସ୍ବାମୀ ଓ ପରିବାରର ଲୋକେ ତାଙ୍କୁ ନଦୀ ପୋଲ ତଳକୁ ଫୋଫାଡି ଦେଇଥିଲେ । ହେଲେ ପରବର୍ତ୍ତି ସମୟରେ କିଛି ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ଆଜି ଯାଏଁ କଟକ ଏସ.ସି.ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଝିଲି ଜେନା । ମାହାଙ୍ଗା ଥାନା ପୋଲିସ କେବଳ ତାଙ୍କ ସ୍ବାମୀ ଙ୍କୁ ବାନ୍ଧି ଚୁପ ବସିଛି । ଏଭଳି ଜଘନ୍ୟ ଘଟଣାରେ ଝିଲି ଙ୍କ ସ୍ବାମୀ ଙ୍କ ସହ ତା ଙ୍କ ପରିବାରକୁ ମଧ୍ୟ ଗିରଫ କରିବା ପାଇଁ ଝିଲି ଙ୍କ ବାପା ଦାବୀ କରିଛନ୍ତି…

ଗତ ୫ ବର୍ଷ ତଳେ ମାହାଙ୍ଗା ଜୟପୁର ଗାଁର ଟୁଟୁ ଜେନା ଙ୍କୁ ବିବାହ କରିଥିଲେ ଝିଲି । ତେବେ ବିବାହର କିଛି ମାସ ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା  ଯୌତୁକ ନିର୍ଯ୍ୟାତନା । ଯାହାକି  ଅସନ୍ତୋଷର ଉଗ୍ରରୁପ ନେଇଥିଲା ।ଆଉ  ଭାଗ୍ୟ ଟାଣ ଥିବାରୁ  ବଞ୍ଚି ଯାଇଥିଲେ ଝିଲି ।  ଏବେ ବି କଟକ ବଡ ମେଡିକାଲର ଚିକିତ୍ସିତ ହେଉଥିବା ଝିଲି ସେଦିନକୁ ଭୁଲି ନାହାନ୍ତି …

ଝିଲି ଙ୍କ ଘଟଣାକୁ ନେଇ ଆମେ ପୋଲିସର ପ୍ରତିକ୍ରିୟା ନେବାକୁ ଯୋଗା ଯୋଗ କରିଥିଲେ ସୁଦ୍ଧା ଏ ନେଇ କୌଣସି ପ୍ରତିକ୍ରିୟା ରଖିନି କଟକ ଗ୍ରାମାଞ୍ଚଳ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.