Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେସବୁକ ବନ୍ଧୁତାରୁ ପ୍ରେମ ଆଉ ବିବାହ ପରେ ବିହାରରୁ ଦିଲ୍ଲୀ ଯାଉଥିବା ପ୍ରେମିକା ସ୍ତ୍ରୀକୁ ଟ୍ରେନରୁ ଫିଙ୍ଗିଦେଲା ସ୍ବାମୀ, ତାପରେ..

31/07/2019 at 12:45 PM

ପାଟନା ୩୧/୭: ଘରୁ ଲୁଚି ଆସି ମନ୍ଦିରରେ ବିବାହ କରି ସ୍ବାମୀ ସହ ଯାଉଥିବା ସ୍ତ୍ରୀକୁ ସ୍ବାମୀ ଟ୍ରେନରୁ ଧକ୍କା ଦେଇଛି। ସ୍ତ୍ରୀକୁ ଧକ୍କା ଦେବାପରେ ସ୍ବାମୀ ମଧ୍ୟ ଟ୍ରେନରୁ ଡେଇଁପଡିଥିଲା। ସୂଚନା ଅନୁଯାୟୀ ପୋଲିସ୍ ଗୁରୁତର ସ୍ବାମୀ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ସ୍ବାମୀର ଅବସ୍ଥା ଗୁରୁତର ରହିଛି। ସ୍ବାମୀ ମୁରାଦାବାଦର ବାସିନ୍ଦା ହୋଇଥିବାବେଳେ ସ୍ତ୍ରୀ ଆସାମ ରଜ୍ୟର ବାସିନ୍ଦା। ଉଭୟଙ୍କ ମଧ୍ୟରେ ତିନି ମାସ ପୂର୍ବରୁ ଫେସବୁକରେ ବନ୍ଧୁତା ହୋଇଥିଲା।

ଫେସବୁକରେ କଥାବାର୍ତ୍ତା ହେବାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଆସାମ ଏକ୍ସପ୍ରେସରେ ସୋନୁ ଓରଫ ହୀରାଲାଲ ନବ ବିବାହିତା ସ୍ତ୍ରୀ ବେବି କୁମାରୀ ଦିଲ୍ଲୀ ଯାଉଥିଲେ। ଦୁହେଁ ଗେଟ ପାଖରେ ଛିଡ଼ା ହୋଇଥିଲେ। ଅଭିଯୋଗ ହୋଇଛି ଯେ,ସ୍ବାମୀ ଫତେହଗଞ୍ଜ ପଶ୍ଚିମୀର ଗାଁ କୁରତରା ନିକଟରେ ସ୍ତ୍ରୀକୁ ଧକ୍କା ମାରି ଟ୍ରେନରୁ ଫିଙ୍ଗି ଦେଇଥିଲା। ସ୍ତ୍ରୀକୁ ଫିଙ୍ଗିବା ପରେ ସ୍ବାମୀ ମଧ୍ୟ ଟ୍ରେନରୁ ଡେଇଁପଡ଼ିଥିଲା। ଆହତ ସ୍ତ୍ରୀ ହୋସ୍ ଆସିବା ପରେ କଷ୍ଟେମଷ୍ଟେ ଚାଲି କୁରତରା ଗାଁକୁ ପହଞ୍ଚିଥିଲା। ସେ ସେଠାରେ ଥିବା ଗାର୍ଡ଼କୁ ଘଟଣା ବିଷୟରେ କହିଥିଲା।

କୁରତରା ଗାଁଲୋକେ ଆହତ ମହିଳାଙ୍କୁ ନେଇ ରେଳ ଲାଇନରେ ପହଞ୍ଚିଥିଲେ। ସ୍ବାମୀ ଲହୁଲୁହାଣ ଅବସ୍ଥାରେ ସଂଜ୍ଞାହୀନ ଅବସ୍ଥାରେ ଟ୍ରାକ୍ ପାଖରେ ପଡ଼ିଥିଲା। ଗାଁଲୋକେ ରାତି ୧୨.୧୫ରେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ଆହତ ମହିଳାଙ୍କୁ ପଚରାଉଚୁରା କରିଥିଲେ। ମହିଳା କହିଥିଲେ ଯେ ଟ୍ରେନ୍ ବଗିରେ ଦୁହେଁ ଗେଟ୍ ପାଖରେ ଛିଡ଼ା ହୋଇଥିଲେ। ହଠାତ୍ ସ୍ବାମୀ ତାକୁ ଧକ୍କା ମାରି ଟ୍ରେନରୁ ଫିଙ୍ଗି ଦେଇଥିଲେ। ତା’ପରେ ସ୍ବାମୀ ମଧ୍ୟ ଡେଇଁପଡ଼ିଥିଲେ।

ପୋଲିସଙ୍କ କହିବାନୁସାରେ ଆହତ ମହିଳା କିଛି ସମୟ ପରେ ନିଜର ବୟାନ୍ ବଦଳାଇ ଦେଇଥିଲେ। ସେ କହିଥିଲେ ଯେ ଉଭୟଙ୍କୁ କେହି ଜଣେ ଧକ୍କା ମାରି ଟ୍ରେନରୁ ଫିଙ୍ଗି ଦେଇଥିଲେ। ପୋଲିସ୍ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୋଲିସ୍ ଉଭୟଙ୍କ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ୍ ଯୁବକର ହୋସ୍ ଆସିବାକୁ ଅପେକ୍ଷା କରିଛି।

   Related Posts