Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପିଶାଚ ବାପର ନାରକୀୟ କାଣ୍ଡ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁକନ୍ୟାର ଗୁପ୍ତାଙ୍ଗକୁ ବ୍ଲେଡରେ କାଟିଲା

21/10/2021 at 8:17 PM

ଭଦ୍ରକ, ୨୧/୧୦: ପିଶାଚ ବାପାର ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ତିନି ବର୍ଷର ଶିଶୁ କନ୍ୟାର ଗୁପ୍ତାଙ୍ଗକୁ ବ୍ଲେଡରେ କାଟିଲା ବାପା । ଗୁରୁତର ଅବସ୍ଥାରେ ଝିଅଟିକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବାପାକୁ ପୋଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ଧୂଷୁରୀ ଥାନା କାସିମପୁର ପଞ୍ଚାୟତ ମଳିକ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ଚନ୍ଦନ ମଲ୍ଲିକ, ସ୍ତ୍ରୀ ଓ ତିନି ବର୍ଷ ଶିଶୁ କନ୍ୟା ସହ ରହୁଥିଲା । ପୂର୍ବରୁ ଅନେକ ଥର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ମାର ଧର କରୁଥିଲା ଚନ୍ଦନ । ଗତକାଲି ପୁଣି ସମାନ ଘଟଣା କ୍ରମେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ଚନ୍ଦନ ଉତକ୍ଷିପ୍ତ ହୋଇ ନିଜର ତିନି ବର୍ଷ ଶିଶୁ କନ୍ୟାର ଗୁପ୍ତାଙ୍ଗକୁ ବ୍ଲେଡରେ କାଟି ଦେଇଥିଲେ । କୁନି ଶିଶୁଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ପିଶାଚ ବାପାକୁ ଗ୍ରାମବାସୀମାନେ ଗୋଡ଼ ହାତରେ ଲୁହା କଡ଼ି ପକାଇ ବାନ୍ଧି ପକାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି ।

   Related Posts