ଧୋକାବାଜ ପତ୍ନୀ ପ୍ରେମିକ ସହିତ ମିଶି ସ୍ଵାମୀର ଯୌନାଙ୍ଗରେ ଢାଳିଥିଲା ଫିନାଇଲ, ଶେଷରେ ଆତ୍ମହତ୍ୟା କଲେ ମର୍ମାହତ ସ୍ଵାମୀ

Published By : Prameya-News7 Bureau | October 10, 2020 IST

ମେରଠ ୧୦।୧୦: ଉତ୍ତର ପ୍ରଦେଶର ମେରଠରେ କିଛି ଦିନ ପୂର୍ବେ ପତ୍ନୀ ପ୍ରେମିକ ସହିତ ମିଶି ସ୍ଵାମୀର ଗୁପ୍ତାଙ୍ଗ ଉପରେ ଫିନାଇଲ ଢାଳି ଦେଇଥିବା ବହୁ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଥିଲା।  ଏହି ଘଟଣାରେ ପତ୍ନୀର ପ୍ରେମିକା ହେଉଛନ୍ତି ଜଣେ ଡାକ୍ତର। ପତ୍ନୀର ଏହି କାମରେ ସ୍ଵାମୀଙ୍କ ସ୍ଵାସ୍ଥ୍ୟ ବିଗିଡିବାର ଲାଗିଥିଲା। ସ୍ଵାମୀ ପ୍ରଥମେ ଏହା ତ୍ଵଚା ରୋଗ ଭାବି ଡାକ୍ତରଙ୍କଠାରେ ଚିକିତ୍ସା କରାଉଥିଲେ। ଧୋକାବାଜ ପତ୍ନୀର ଏହି କାର୍ଯ୍ୟ ଜାଣିବା ପରେ ମର୍ମାହତ  ସ୍ଵାମୀ ଶେଷରେ ଆତ୍ମହତ୍ୟା କରିଛନ୍ତି। ମାସନିକ ରୂପେ ଅବସାଦରେ ରହୁଥିବା ବ୍ୟକ୍ତିଙ୍କ ମୃତ ଶରୀରର କାରଖାନାରେ ଝୁଲୁଥିବା ଅବସ୍ଥାରେ ମିଳିଛି, ଯେଉଁଠି ସେ କାମ କରୁଥିଲେ।

ଆତ୍ମହତ୍ୟା ପୂର୍ବରୁ ଯୁବକ ନିଜ ପତ୍ନୀ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ପତ୍ନୀ ସହିତ ଡାକ୍ତର ପ୍ରେମିକ ଏବେ ଜେଲ୍‌ରେ। ଯୁବକଙ୍କ ପିଲାମାନେ କହିଛନ୍ତି ତାଙ୍କ ଘରକୁ ଜଣେ ଅପରିଚିତ ଡାକ୍ତର ଅଙ୍କଲ ଆସୁଥିଲେ। ସେ ନିଜ ସହିତ କିଛି ଖାଇବା ଜିନିଷ ଆଣୁଥିଲେ। ଯାହାକୁ ଖାଇବା ପରେ ଘରର ସମସ୍ତ ଲୋକ ଅଚେତ ହୋଇ ପଡୁଥିଲେ। ପୋଲିସ ଅନୁଯାୟୀ ସମସ୍ତେ ଅଚେତ ହେବା ପରେ ମହିଳା ଜଣକ ଡାକ୍ତର ସହିତ ଶାରୀରିକ ସୁଖରେ ବୁଡି ରହୁଥିଲେ। ଦିନେ ପତ୍ନୀର ଅସଲା ଚେହେରା ଧରା ପଡିବା ପରେ ସେ ରାଗରେ ଜର୍ଜରିତ  ହୋଇ ସ୍ଵାମୀର ଯୌନାଙ୍ଗରେ ଫିନାଇଲ ଢାଳି ଦେଇଥିଲା। ପୋଲିସ ଯୁବକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.