ସ୍ତ୍ରୀର ଛାଡପତ୍ର ନୋଟିସ୍ ପାଇ ସ୍ବାମୀର ଆତ୍ମହତ୍ୟା

Published By : Prameya-News7 Bureau | December 09, 2019 IST

ଜୟପୁର ୦୯।୧୨ - କେରାପୁଟ ସେମିଳିଗୁଡାରେ ଅଭାବନୀୟ ଘଟଣା । ସ୍ତ୍ରୀର ଛାଡପତ୍ର ନୋଟିସ୍ ପାଇ ସ୍ବାମୀର ଆତ୍ମହତ୍ୟା । ସରସ୍ବତୀ ନଗରରେ ରହୁଥିବା ବାଦଲ ବେହେରା ବେକରେ ରଶି ଲଗାଇ ଆତ୍ମହତ୍ୟା କରଛନ୍ତି ।  ପାରିବାରିକ ସମସ୍ୟା ଏବଂ ବିବାହ ବିଛେଦ ନୋଟିସ ପାଇବା ପରେ ସେ ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

 ଯୁବକଙ୍କ ମୃତ୍ୟୁ ପରେ ସାହିର  ଯୁବ ଗୋଷ୍ଠୀ ତାଙ୍କ ମୃତ ଦେହକୁ ନେଇ କୁକୁଡ଼ା ଫାର୍ମରେ ରହୁଥିବା ତାଙ୍କ ସ୍ତ୍ରୀ ଙ୍କ ଘର ବାରଣ୍ଡା ରେ ରଖି ପ୍ରତିବାଦ କରୁଛନ୍ତି । ମୃତଙ୍କ ସ୍ତ୍ରୀ ଆସି ରୀତିନୀତି ଅନୁସାରେ ସ୍ୱାମୀଙ୍କ ମୃତ ଦେହକୁ ସମ୍ମାନ ନ ଦେଲେ ମୃତଦେହ ଉଠାଯିବନି ବେ।ଲି ଜିଦ ଧରିଛନ୍ତି ଯୁବ ଗୋଷ୍ଠୀ । ଅନ୍ୟପଟେ ଏଯାଏ ଘଟଣାସ୍ଥଳରେ ପହଞ୍ଚିନି ପୋଲିସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.