Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସ୍ତ୍ରୀର ପରକୀୟା ପ୍ରୀତି ଜାଣିବାପରେ ସ୍ୱାମୀ କାଟିଦେଲା ହାତର ଶିରା ପ୍ରଶିରା ; ପ୍ରେମିକ ବେକରେ ଦଉଡି ଲଗାଇ କଲା ଆତ୍ମହତ୍ୟା

10/11/2018 at 4:30 PM

ଇନ୍ଦୋର ୧୦/୧୧ : ଅବୈଧ ସମ୍ପର୍କ କାରଣରୁ ଜଣେ ମହିଳାଙ୍କ ପ୍ରେମିକ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିବାବେଳେ ଏହି ମହିଳାଙ୍କ ସ୍ୱାମୀ ହାତର ସିରା ପ୍ରଶିରା କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ମହିଳାଙ୍କ ସ୍ୱାମୀ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି
ପରକୀୟା ପ୍ରୀତିର ପରିଣାମ ସବୁବେଳେ ଭୟଙ୍କର ହୋଇଥାଏ | ଏକଥା ବାରମ୍ବାର ପ୍ରମାଣିତ ହୋଇଛି | ତଥାପି ସମାଜରେ ପରକୀୟା ପ୍ରୀତି ଜନିତ ଅପରାଧ ଓ ଅଘଟଣ ବୃଦ୍ଧି ପାଇବାରେ ଲାଗିଛି | ମଧ୍ୟପ୍ରଦେଶର ଇନ୍ଦୋରରେ ପରକୀୟା ପ୍ରୀତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି | ଇନ୍ଦୋରର ଦ୍ୱାରିକାପୁରୀ ଅଂଚଳରେ ଘଟିଥିବା ଏହି ଅଘଟଣ ଏବେ ସମ୍ପୃକ୍ତ ଅଂଚଳରେ ଆଲୋଡନ ସୃଷ୍ଟି କରିଛି |

ସୂଚନାଯୋଗ୍ୟ ଯେ, ଏହି ଅଂଚଳରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଦିଗବିଜୟ ମଲଟିରେ ରହୁଥିବା ଜଣେ ଯୁବକ ଭଲ ପାଉଥିଲା | ଦୀର୍ଘଦିନ ଧରି ଏହି ପରକୀୟା ପ୍ରୀତି ଚାଲିଥିଲା | ମହିଳାଙ୍କ ସ୍ୱାମୀ କାମ କରିବାକୁ ବାହାରକୁ ଚାଲିଯିବା ପରେ ଯୁବକ ସର୍ବଦା ମହିଳାଙ୍କ ଘରକୁ ଯାଉଥିଲେ | ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା | ଗତ ଗୁରୁବାର ଦିନ ମହିଳାଙ୍କ ସ୍ୱାମୀ କାମ ପାଇଁ ବାହାରକୁ ଚାଲିଯାଇଥିଲେ | ସେ ବିଳମ୍ବରେ ଫେରିବାରଥିଲା | ଏହା ଏକ ମୌକା ଭାବି ମହିଳାଙ୍କ ପ୍ରେମିକ ମହିଳାଙ୍କ ଘରକୁ ଚାଲିଆସିଥିଲା | ତେବେ ମହିଳାଙ୍କ ସ୍ୱାମୀ ଅସୁସ୍ଥତା କାରଣରୁ ନିର୍ଧାରିତ ସମୟ ପୂର୍ବରୁ ଘରକୁ ଫେରିଆସିଥିଲେ | ଘରେ ତାଙ୍କ ସ୍ତ୍ରୀ ଓ ଉପରୋକ୍ତ ଯୁବକଙ୍କୁ ଅସଂଯାତ ଅବସ୍ଥାରେ ଦେଖିଥିଲେ | ଏଭଳି ଘଟଣାରେ ମ୍ରିୟମାଣ ହୋଇ ମହିଳାଙ୍କ ସ୍ୱାମୀ ନିଜ ହାତର ଶିରା ପ୍ରଶିରା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ | ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ସେଠାରେ ଏବେ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି | ଅପରପକ୍ଷରେ ମହିଳାଙ୍କ ସ୍ୱାମୀ ହାତରେ ଶିରା କାଟି ଗୁରୁତର ହୋଇଥିବା ଜାଣିବା ପରେ ଯୁବକ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ | ସେଥିପାଇଁ ଗତକାଲି ରାତିରେ ସେ ଫ୍ୟାନରେ ରାଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଗୁରୁତର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯେଉଁ ହସ୍ପିଟାଲରେ ପୂର୍ବରୁ ମହିଳାଙ୍କ ସ୍ୱାମୀ ଚିକିତ୍ସିତ ହେଉଛନ୍ତି | ତେବେ କିଛି ସମୟର ଚିକିତ୍ସା ପରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଯୁବକଙ୍କ ପିତା ସୂଚନା ଦେଇଛନ୍ତି | ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି |

   Related Posts