Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଛୋଟ ଝିଅ ସାମ୍ନାରେ ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ; ବ୍ରିଜ ତଳେ ଶବ ଫିଙ୍ଗି ହୋଇଗଲା ଫେରାର

6/04/2019 at 6:25 PM

ମୋହନ ୬/୪ : ଗଜପତି ଜିଲ୍ଲା ଆର, ଉଦୟଗିରି ଥାନା ବ।ଦପୁର ରାସ୍ତା ନିକଟ କଲଭଟ ତଳୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ । ମୃତ ମହିଳା ଜଣକ ହେଲେ ମୋହନା ଥାନା ପିଣ୍ଡିକି ଗାଁର ରୁନିତା ନାୟକ । ତାଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଲିପଦର ଗାଁର ସୁବାଷ ନାୟକ ଗଳ। କାଟି ହତ୍ୟା କରିବା ପରେ କଲଭର୍ଟ ତଳେ ଫିଙ୍ଗି ଦେଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏସମ୍ପର୍କରେ ମୃତ ରୁନିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ଆର, ଉଦୟଗିରି ପୋଲିସ ।

ନିଜ ଝିଅକୁ ବଡପଦା ସ୍କୁଲରେ ଆଡ୍ମିସନ କରିବାପାଇଁ ଏକ ବାଇକରେ ସୁବାଷ, ରୁନିତା ଯିବାବେଳେ ଆଧାର କାର୍ଡକୁ ନେଇ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଝିଅ ସାମନାରେ ସ୍ତ୍ରୀ ରୁନିତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ପରେ କଲଭର୍ଟ ତଳେ ଫିଙ୍ଗିଦେଲା ସୁବାଷ । ଝିଅକୁ ଆଣି ପିଣ୍ଡିକି ସ୍ଥିତ ରୁନିତାଙ୍କ ବାପା ଘରେ ଛାଡ଼ିଦେଇ ସୁବାଷ ଫେରାର ହୋଇଯାଇଛି । ଝିଅ ଠାରୁ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।

   Related Posts