Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଚରିତ୍ର ନେଇ ସନ୍ଦେହ ହେଲା : ପତ୍ନୀଙ୍କୁ ସୂର୍ପଣଖା କରିଦେଲେ ସ୍ୱାମୀ

3/05/2020 at 4:45 PM

କାନପୁର ୦୩/୦୫ : ବିଶ୍ୱ ମହାମାରୀ କରୋନା ସଂକ୍ରମଣ ବିସ୍ତାର ରୋକିବା ପାଇଁ ଦେଶକୁ ଲକଡାଉନ କରାଯାଇଛି | ଲକଡାଉନ ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି | ଲୋକଙ୍କୁ ନିଜ ଘରେ ରହିବାକୁ ସରକାର ନିର୍ଦେଶ ଦେଇଛନ୍ତି | ଫଳରେ ଘରୋଇ ହିଂସା ମଧ୍ୟ ବଢିଥିବା ଜଣାପଡିଛି | ଇତିମଧ୍ୟରେ ଜଣେ ବ୍ୟକ୍ତି କ୍ରୋଧରେ ନିଜ ପତ୍ନୀଙ୍କ ନାକ କାଟି ଦେଇଥିବା ଘଟଣା ସାମ୍ନାକୁ ଆସିଛି | ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ବ୍ୟକ୍ତି ଜଣକ ଏହିଭଳି କାମ କରିଛନ୍ତି | ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଭିଯୁକ୍ତ ପତିକୁ ଗିରଫ କରିଛି | ତେବେ ପୀଡିତ ମହିଳା ଥାନାରେ କୌଣସି ବୟାନ ଦେଇନାହାନ୍ତି |

ମାମଲା କାନପୁର ନବାଵଗଞ୍ଜ ଥାନା ଅଞ୍ଚଳର | ଛୋରାରେ ରହୁଥିବା ଅମର ସିଂହ ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ଯେଉଁଥିପାଇଁ ସେ ଅନେକ ଦିନ ହେଲା ତାଙ୍କ ଉପରେ ନଜର ରଖିଥିଲେ | ଅମର ସିଂହଙ୍କ ସନ୍ଦେହ ଦିନକୁ ଦିନ ବଢ଼ିବାରେ ଲାଗିଥିଲା | ଗତକାଲି ବିଳମ୍ବିତ ରାତିରେ ଅମର ସିଂହ ପତ୍ନୀ ଶୋଇଥିବା ସମୟରେ ତାଙ୍କ ନାକ କାଟି ଦେଇଥିଲେ | ନାକ କାଟିଦେବାରୁ ମହିଳା ଜଣକ ଯନ୍ତ୍ରଣାରେ ପାଟି କରିଥିଲେ | ପତ୍ନୀ ପାଟି କରିବାରୁ ସେ ଘରୁ ଫେରାର ହୋଇଯାଇଥିଲେ | ମହିଳାଙ୍କ ପାଟି ଶୁଣି ଆଖପାଖରେ ରହୁଥିବା ପଡୋଶୀ ପହଞ୍ଚିଥିଲେ | ସେମାନେ ମହିଳାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ |

ପଡୋଶୀରେ ରହୁଥିବା ଜଣେ ଯୁବକ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିଥିଲା | ଯାଞ୍ଚରୁ ଜଣାପଡିଥିଲା ଯେ ଅମର ସିଂହ ବିନା କାରଣରେ ନିଜ ପତ୍ନୀକୁ ସନ୍ଦେହ କରୁଥିଲା ଯେଉଁଥିପାଇଁ ଅଧିକାଂଶ ସମୟରେ ପତି-ପତ୍ନୀ ମଧ୍ୟରେ ଝଗଡା ହେଉଥିଲା | କ୍ରୋଧରେ ଆସି ସେ ଗତକାଲି ରାତିରେ ପତ୍ନୀଙ୍କ ନାକ କାଟି ଦେଇଥିଲେ | ଅମର ସିଂହକୁ ପୋଲିସ କାବୁ କରିଛି | ପୀଡିତା ପତ୍ନୀ ଏବେ ଯାଏଁ ଥାନାରେ କୌଣସି ବୟାନ ଦେଇନାହାନ୍ତି | ପତ୍ନୀଙ୍କ ବୟାନ ଆଧାରରେ ମାମଲା ପଞ୍ଜିକୃତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | 

   Related Posts