ଗର୍ଭବତୀ ପତ୍ନୀଙ୍କୁ ଗୁଳିକରି ହତ୍ୟା କଲା ସ୍ବାମୀ, ପୁଣି ନିଜେ ନିଜକୁ ଗୁଳି କରି କଲା ଆତ୍ମହତ୍ୟା, ଛୋଟ କଥାରୁ ଘଟିଗଲା ବଡ଼ ଘଟଣା

Published By : Prameya-News7 Bureau | November 17, 2019 IST

କାନପୁର୧୭/୧୧: ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସ୍ବାମୀ ନିଜ ଗର୍ଭବତୀ ପତ୍ନୀଙ୍କୁ ଗୁଳିକରି ହତ୍ୟା କରିଛି। ପତ୍ନୀଙ୍କୁ ଗୁଳି କରିବା ପରେ ସେହି ଦିନ ସନ୍ଧ୍ୟାରେ ଅଭିଯୁକ୍ତ ସ୍ବାମୀ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। କାନପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

{"id":185734,"sizeSlug":"large"}

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କ ଶବକୁ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରିଛି।  ଘଟଣା ଅନୁସାରେ ପତ୍ନୀ ନେହା ତାଙ୍କ ବାପ ଘରକୁ ଯିବା କଥା ସ୍ବାମୀ ପଙ୍କଜକୁ କହିଥିଲେ। ପଙ୍କଜ ରାଜି ନ ହେବାରୁ ଉଭୟଙ୍କ ମଧ୍ୟ​‌ରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏହି କଥାକୁ କେନ୍ଦ୍ରକରି ଠିକ୍‌ ସଂସ୍ଥାରେ ଦରଜୀ କାମ କରୁଥିବା ପଙ୍କଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

{"id":185735,"sizeSlug":"large"}

ପୋଲିସର ସୂଚନା ଅନୁସାରେ ଘଟଣାସ୍ଥଳରେ ପଙ୍କଜଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପତ୍ନୀ ନେହା ହସ୍ପିଟାଲରେ ଭର୍ତ୍ତି  ହୋଇଥିଲେ। କିଛି ଘଣ୍ଟା ପରେ ନେହାଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ମୃତ ମହିଳା ଗର୍ଭବତୀ ଥିଲେ।

{"id":185736,"sizeSlug":"large"}

ମୃତ ପଙ୍କଜଙ୍କ ମାଆ ସୁନୀ ଦେବୀ ନିଜ ଦୁଃଖ କଥା ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ସେ କହିଛନ୍ତି ଯେ ୨୦୦୭ ମସିହା ଜୁନ ୧୬ ତାରିଖରେ ତାଙ୍କ ସ୍ବାମୀ ଶ୍ୟାମ ସିଂହଙ୍କ ମୃତ୍ୟୁ ହେବା ପରେ ପୁଅ ପଙ୍କଜଙ୍କ ଉପରେ ପୂରା ପରିବାର ନର୍ଭର କରୁଥିଲା। ପୁଅ ପଙ୍କଜଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.