Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସ୍ତ୍ରୀକୁ ରକ୍ଷା କରି ଭାଇଠୁ ହଣା ଖାଇଲା ଭାଇ

23/12/2019 at 9:32 PM

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ କାଁଥିପଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଔପଦା ବ୍ଲକ ବାଉଁଶବଣିଆ ପଂଚାୟତ ରେ ଥିବା ଏହି ଗାଁରେ ଶନିବାର ଦିନ କାର୍ତିକ ସେଠୀଙ୍କର ଦୁଇ ଝିଅ ଝଗଡା ଲାଗିଥିଲେ ।

ତାଙ୍କର ସାନ ଭାଇ ସନାତନଙ୍କ ଘରେ ସେମାନେ ରହିଥିଲେ। ଝିଅମାନଙ୍କର ମା ତାଙ୍କୁ ଆକଟ କରି ଘରକୁ ଆଣିଥିଲେ।

ପରେ ସନାତର ବଡ ଭାଇ କାର୍ତିକଙ୍କ ଘରକୁ ଆସି କାହିଁକି ମୋ ଘରେ ପିଲାଙ୍କୁ ମାରିଲ କହିବା ସହ ତାଙ୍କ ଭାଉଜକୁ ମାଡ ମାରିବା ସହ ଏକ ପନିକି ଧରି ଆକ୍ରମଣ ଉଦ୍ୟମ କରିଥିଲେ । ଏତିରି ବେଳେ କାର୍ତ୍ତିକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ । ସେ ସ୍ତ୍ରୀକୁ ପନିକି ଚୋଟରୁ ରକ୍ଷା କରିବା ପାଇଁ ହାତ ଦେଖାଇ ଦେବାରୁ ତାଙ୍କ ହାତରେ ପନିକି ଚୋଟ ବାଜିଥିଲା ।

ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।

ଏଭଳି ଘଟଣା ଶୁଣିବାପରେ ଗତକାଲି ରାତିରେ ସନାତନ କାହ୍ନିକି ମୋ ଘରକୁ ଆସି ଝିଅଦୁଇଟିକୁ ପିଟିଲ କହି ଉତକ୍ଷିପ୍ତ ହୋଇ ଝିଅଙ୍କ ମାଆଙ୍କୁ ମାଡ଼ ମାରିବାସହ ଏକ ପନିଖି ଧରି ହାଣିବାକୁ ଉଦ୍ୟମ କରୁଥିଲେ
ଏତିଜି ବେଳେ ତାଙ୍କ ସ୍ୱାମୀ କାର୍ତିକ ଆସି ପ୍ରତିବାଦ କରିବାରୁ ପନିଖି ଚୋଟରେ ତାଙ୍କର ଡାହାଣ ହାତରେ ଗଭୀର କ୍ଷତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।ପୋଲିସ ଘଟଣାର ଖୋଳତାଡ଼ ଆରମ୍ବ କରିଛି।

   Related Posts