ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ରାକ୍ଷୀ-ସ୍ବାମୀ ରିତେଶ

Published By : Prameya-News7 Bureau | October 08, 2019 IST

ମୁମ୍ବାଇ୮|୧୦: ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବାନ୍ତ ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଥାଆନ୍ତି। ଏପରିକି ନିକଟରେ ରାକ୍ଷୀ ଜଣେ ଏନଆରଆଇ ଯୁବକଙ୍କୁ ବିବାହ କରିଥିବା କଥା ସେ ଦାବି କରିଥିଲେ। ରାକ୍ଷୀଙ୍କ ଏଭଳି କଥାକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ହୋଇଥିଲା। ପ୍ରକୃତରେ ରାକ୍ଷୀ ଜଣେ ଏନଆରଆଇ ଯୁବକ ରିତେଶଙ୍କୁ ବିବାହ କରିଛନ୍ତି। ନିକଟରେ ରାକ୍ଷୀ ଏକ ଭିଡିଓ ଶେୟାର କରି କହିଥିଲେ ଯେ, ସେ ମାଆ ହେବାକୁ ଯାଉଛନ୍ତି। ତାଙ୍କର ଏଭଳି କଥାକୁ ଅତି ସହଜରେ କେହି ବିଶ୍ବାସ କରି ନଥିଲେ।

ସୂଚନାଯୋଗ୍ୟ ଯେ, ଏକ ସାକ୍ଷାତକାରରେ ରିତେଶଙ୍କୁ ତାଙ୍କ ବିବାହ ସଂପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଅଭିନେତ୍ରୀ ରାକ୍ଷୀ ସାଓ୍ବାନ୍ତଙ୍କୁ ବିବାହ କରିଥିବା କଥା ସେ ସ୍ବୀକାର କରିଥିଲେ। ଗଣମାଧ୍ୟମ ସାମ୍ନାକୁ ଆସିବା ଲାଗି ପସନ୍ଦ କରନ୍ତି ନାହିଁ ବୋଲି ରିତେଶ ମଧ୍ୟ କହିଥିଲେ। ରାକ୍ଷୀ ଗର୍ଭବତୀ ଅଛନ୍ତି କି ବୋଲି ରିତେଶଙ୍କୁ ପ୍ରଶ୍ନ କରାଯାଇଥିଲା । ଏହି ପ୍ରଶ୍ନରେ ​‌ସେ କହିଥିଲେ ଯେ ଯେ, ରାକ୍ଷୀ ମାଆ ହେବା କଥା ମିଛି କଥା । କିନ୍ତୁ ଖୁବ ଶୀଘ୍ର ଗର୍ଭବତୀ ହେଇପାରନ୍ତି ବୋଲି ରିତେଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.