ଟ୍ୟୁସନ୍ ପରେ ଛାତ୍ରୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ସାର୍, ମାର୍କ ଭୟରେ ରାଜି ହୁଅନ୍ତି ସମସ୍ତେ : ଶେଷରେ ଧରିଲେ ସ୍ତ୍ରୀ, ଗଲେ କୋର୍ଟ

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ, ୨୯/୦୭:   ମୋ ସ୍ୱାମୀ ଟ୍ୟୁସନ ପଢି ଆସୁଥିବା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ଯେତେ କହିଲେ ସୁଧୁରୁ ନାହାଁନ୍ତି । ମୋ ନ୍ୟାୟ ଦରକାର । ଏପରି ଅଭିଯୋଗ କରି ଥାନାରେ ପହଁଚିଛନ୍ତି ଜଣେ ମହିଳା । ଅଭିଯୋଗ ପରେ ରାଜସ୍ଥାନର ମାନୋସରୋବର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜୟପୁରର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀ ଘରକୁ ଛାତ୍ରୀଙ୍କୁ ଟ୍ୟୁସନ କରିବାକୁ ଡାକନ୍ତି । ସେମାନଙ୍କ ସହ ସେ ଶାରୀରିକ ସମ୍ପର୍କ ରଖୁଛନ୍ତି । ଏହାକୁ ବିରୋଧ କରିବାରୁ ତାଙ୍କୁ ମାଡ ମରାଯାଉଛି ।

ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ, ସ୍ୱାମୀ ଜଣେ ସରକାରୀ ସ୍କୁଲର ଶିକ୍ଷକ । ତାଙ୍କ ଚରିତ୍ର ଭଲ ନୁହେଁ । ଟ୍ୟୁସନ ଆସୁଥିବା ଛାତ୍ରୀମାନେ ନିଜକୁ ସୁରକ୍ଷିତ ରଖିବା ଉଚିତ । ଆହୁରି ମଧ୍ୟ ସ୍କୁଲର ଛୋଟ ଝିଅଙ୍କୁ ମଧ୍ୟ ସେ ଘରକୁ ଡାକି ଶାରୀରିକ ନିର୍ଯାତନା ଦେଇଥାନ୍ତି । ପ୍ରଥମେ ତାଙ୍କୁ ଏହା ଅଜବ ଲାଗୁଥିଲା । ପରେ ମାତ୍ରାଧିକ ହୋଇଥିଲା । ଯଦି କୌଣସି ଛାତ୍ରୀ ଏହାର ବିରୋଧ କରେ ସେ ପରୀକ୍ଷାରେ ନମ୍ବର କାଟି ଦିଅନ୍ତି । ଏନେଇ ସେ ପ୍ରତିବାଦ କଲେ ତାଙ୍କୁ ସ୍ୱାମୀ ମାଡ ମାରୁଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଗତ ୨୬ ତାରିଖରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ପୋଲିସ ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି । ଏହାସହ ସମସ୍ତ ଟ୍ୟୁସନ ଛାତ୍ରୀଙ୍କ ବୟାନ ପୋଲିସ ରେକର୍ଡ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.