Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମହଙ୍ଗା ପଡିଲା ପାକ୍‌ ପ୍ରେମ : ଭାରତ ହାରିବା ପରେ ପାକିସ୍ତାନ ଜିନ୍ଦାବାଦ ଷ୍ଟାଟସ୍‌ ରଖିଥିଲେ ପତ୍ନୀ, ଥାନାରେ ମାମଲା ରୁଜୁକଲେ ସ୍ବାମୀ

6/11/2021 at 8:59 PM

ରାମପୁର ୦୬/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ କିଛି ଦିନ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆକୁ ସହଜରେ ପରାସ୍ତ କରିଥିଲା ପାକିସ୍ତାନ । ମ୍ୟାଚ ପରେ କିଛି ଲୋକ ସୋସିଆଲ ମିଡିଆରେ ପାକିସ୍ତାନ ବିଜୟକୁ ନେଇ ଉତ୍ସବ ମନାଇଥିଲେ ଏବଂ ଭାରତ ପରାଜୟର ମଜାକ୍‌ ଉଡାଇଥିଲେ । ଉତ୍ତର ପ୍ରଦେଶରେ ଜଣେ ମହିଳା ପାକିସ୍ତାନ ବିଜୟକୁ ସମର୍ଥନ ଜଣାଇ ଏବେ ଅକଳରେ ପଡିଛନ୍ତି । ମହିଳାଙ୍କ ସ୍ବାମୀ ନିଜ ପତ୍ନୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ।

ପୋଲିସ ଏହାକୁ ନେଇ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଉତ୍ତର ପ୍ରଦେଶ ରାମପୁର ଜିଲ୍ଲା ଅଜୀମ ନଗରର ଇଶାନ୍‌ ମିୟା ନାମକ ଜଣେ ବ୍ୟକ୍ତି ଦିଲ୍ଲୀରେ ରହି କାମ କରନ୍ତି । ତାଙ୍କର ପତ୍ନୀ ରବିୟା ସମସୀ ରାମପୁରରେ ତାଙ୍କ ବାପ ଘରେ ରହୁଥିଲେ । ତେବେ କିଛି ଦିନ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଥିଲା । ଭାରତର ପରାଜୟ ପରେ ଇଶାନ୍ ମିୟା ଦୁଃଖରେ ଭାଙ୍ଗି ପଡିଥିଲେ । କିନ୍ତୁ ସେପଟେ ତାଙ୍କ ପତ୍ନୀ ମୋବାଇଲରେ ଷ୍ଟାଟସ୍‌ ଦେଇଥିଲେ ପାକିସ୍ତାନ ଜିନ୍ଦାବାଦ । ଏହା ସହିତ ଭାରତୀୟ କ୍ରିକେଟରମାନଙ୍କ ପ୍ରତି କିଛି ଆପତ୍ତିଜନକ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ ।

ଏଥିରେ କ୍ଷୁବ୍ଧ ହୋଇ ଇଶାନ ଦିଲ୍ଲୀରୁ ରାମପୁର ଆସିଥିଲେ । ଘରେ ପହଞ୍ଚିବା ପରେ ତୁରନ୍ତ ଏ ନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ଗ୍ରହଣ କରିବା ସହିତ ଘଟଣା ବାବଦରେ ପଚାରି ବୁଝିଛି । ସେପଟେ ପାକିସ୍ତାନ ପ୍ରତି ଏଭଳି ପ୍ରେମ ଦେଖାଇଥିଲା ମହିଳାଙ୍କ ପ୍ରତି ବିପଦ ଥିବାରୁ ସାବଧାନ ରହିବା ପାଇଁ କୁହାଯାଇଛି । ପୋଲିସ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ମଧ୍ୟ ଲଗାଇଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିନାହିଁ ।

   Related Posts