ସାଙ୍ଗମାନଙ୍କ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ କଲା ସ୍ଵାମୀ, ଘରେ ବନ୍ଦକରି ରଖିଲା ସାତ ଦିନ
29/12/2018 at 4:08 PM

ରୁଦ୍ରପୁର ୨୯/୧୨- ସ୍ଵାମୀ ଯଦି ସଇତାନ ପାଲଟେ, ସ୍ତ୍ରୀକୁ କିଏଦେବ ସୁରକ୍ଷା । ସେହିଭଳି ଘଟଣା ଘଟିଛି ଉତ୍ତରାଖଣ୍ଡର ରୁଦ୍ରପୁର ଅଂଚଳରେ । ଜଣେ ସ୍ବାମୀ ସାଙ୍ଗମାନଙ୍କ ସହ ମିଶି ନିଜ ସ୍ତ୍ରୀକୁ ୬ ଦିନ ବନ୍ଦ କୋଠରୀରେ ରଖି କରିଛି ଗଣଦୁଷ୍କର୍ମ । ଏହିଭଳି ସଂଗୀନ ଅଭିଯୋଗ ଆସିଛି ଜଣେ କାମାନ୍ଧ ସ୍ଵାମୀ ଓ ତାର ସାଙ୍ଗମାନାଙ୍କ ବିରୋଧରେ ।
କ୍ରାଇମ ଏସପି କମଳେଶ ଉପାଧ୍ୟାୟଙ୍କ ଦପ୍ତରରେ ପହଂଚି ପିଡୀତା ମହିଳା ନିଜ ସ୍ଵାମୀଙ୍କ ବିରୋଧରେ ଏହି ସଂଗୀନ ଅଭିଯୋଗ କରିଛନ୍ତି । ସେ ତିନୋଟି ସନ୍ତାନଙ୍କୁ ଚଳାଇବା ପାଇଁ ମହିଳାମଏକ କାରାଖାନରେ କାମ କରନ୍ତି । ଅପରପକ୍ଷରେ ତାଙ୍କ ସ୍ଵାମୀ ମଦପିଇ ସବୁବେଳେ ମାରପିଟ କରୁଥିଲେ ।
ଗତ ଶୁକ୍ରବାର ଦିନ ରାଜେଶ ନାମକ ଜଣେ ବନ୍ଧୁଙ୍କ ସହ ମିଶି ତାଙ୍କୁ ରାସ୍ତାରୁ କାରରେ ଉଠାଇନଇଥିଲେ । ଅନ୍ୟଜଣେ ବନ୍ଧୁଙ୍କ ଘରକୁ ନେଇ, ସେଠାରେ ୬ଦିନ କୋଠରୀରେ ବନ୍ଦ କରିରଖିଥିଲେ । ଅମାନୁଷିକଭାବେ ତାଙ୍କ ସ୍ଵାମୀଙ୍କ ସହ ମିଶି ସାଙ୍ଗମାନେ ମଧ୍ୟ ତାଙ୍କୁ ଗଣଦୁଷ୍କର୍ମ କରିଥିବାର ସେ ଅଭିଯୋଗ କରିଛନ୍ତି ।
ସ୍ଵାମୀଙ୍କ ସହ ସାଙ୍ଗମାନେ ୬ଦିନ ମିଶି ଗଣଦୁଷ୍କର୍ମ କରିବା ପରେ ଧମକଚମକ ଦେଇ ଛାଡ଼ିଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଅପରାଧୀଙ୍କୁ ଖୁବ୍ ଶ୍ରୀଘ୍ର ଧରାଯାଇ ଦଣ୍ଡଦିଆଯିବ ବୋଲି ଏଏସଆଇ କମଳେଶ ଭଟ୍ଟ କହିଛନ୍ତି ।