ପାଂଚ ଯୁବକଙ୍କ ସହ ମିଶି ସ୍ଵାମୀ ନିଜ ସ୍ତ୍ରୀକୁ କଲା ଦୁଷ୍କର୍ମ

Published By : Prameya-News7 Bureau | March 08, 2019 IST

ମୋରଦାବାଦ ୮/୩-ଜଣେ ସ୍ଵାମୀ ୫ଜଣ ସାଙ୍ଗସହ ମିଶି ନିଜ ସ୍ତ୍ରୀକୁ କଲେ ଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣାରେ ସ୍ତ୍ରୀ ଥାନାରେ ଅଭିଯୋଗ କଲାପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ ।

ମୋରଦାବାଦର ଅସମୋଲୀ ଥାନା କ୍ଷେତ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଶିଷ ନାମକ ଜଣେ ଯୁବକ ଇତରନଗର ଅଂଚଳରେ ଜଣେ ଯୁଵତୀଙ୍କୁ କରିଥିଲେ ବିବାହ । କିନ୍ତୁ ବିବାହର କିଛିମାସ ପରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଦେଖାଦେଇଥିଲା ବିବାଦ ।  ଆଶିଷ ନିଜ ଶାଳୀ ପ୍ରେମରେ ପଡ଼ିବାପରେ ଦେଖାଦେଇଥିଲା ଏହି ଝଗଡ଼ା ।

ଆଶିଷ ନିଜ ସ୍ତ୍ରୀକୁ ଛାଡ଼ି ଶାଳୀକୁ କରିଥିଲା ବିବାହ । ଏହି ଘଟଣାପରେ ଆଶିଷର ସ୍ତ୍ରୀ ବାପଘରକୁ ଚାଲିଯାଇଥିଲା ।

ଦିନେ ରାସ୍ତାରେ ଆଶୀଷର ସ୍ତ୍ରୀ ଅସମୋଲୀ ଆସୁଥିବାବେଳେ ଆଶିଷ ଅପହରଣ କରିନେଇଥିଲା । ଆଶିଷ ଆହୁରି ୫ଜଣ ସାଙ୍ଗଙ୍କ ସହ ମିଶି ନିରୋଳା ସ୍ଥାନକୁ ନେଇଯାଇଥିଲେ । ତାପରେ ସେମାନେ ମଦ ପିଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା କଥା ଥାନାରେ ଆଣିଛନ୍ତି ଅଭିଯୋଗ ।

ଆଶିଷ ନିଜର ୫ଜଣ ସାଙ୍ଗଙ୍କ ସହ ମିଶି ଦୁଷ୍କର୍ମ କରିଥିବା କଥା ଥାନାରେ ଅଭିଯୋଗ ଆଣିଛନ୍ତି ମହିଳା । ଏହି ମାମଲାରେ ଅସମୋଲୀ ଥାନାଧିକାରୀ ସ୍ଵାମୀ ଆଶିଷକୁ ଗିରଫ କରିବା ସହ ସାଙ୍ଗଙ୍କୁ ଧରିବାକୁ ଛାନଭୀନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.