କଲ୍ ଗର୍ଲ ସଜାଇ ପର୍ଣ୍ଣ ସାଇଟ୍‌ରେ ସ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କଲେ ସ୍ବାମୀ, ଆଉ ତାପରେ…

Published By : Prameya-News7 Bureau | June 11, 2021 IST

ମେରଠ ୧୧।୬: କଥାରେ ଅଛି ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ଭଲପାଇବା ଏବଂ ବିଶ୍ବାସରେ ତିଷ୍ଠିଥାଏ । ମାତ୍ର ଉତ୍ତରପ୍ରଦେଶ ମେରଠରେ ଜଣେ ସ୍ବାମୀଙ୍କ ଏଭଳି କାର୍ଯ୍ୟକଳାପ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଧଜିଆ ଉଡାଇଛି । ଘରୋଇ କଳହକୁ କେନ୍ଦ୍ରକରି ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ କର୍ଲ ଗର୍ଲ ସଜାଇ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏମିତିକି କିଛି ପର୍ଣ୍ଣ ସାଇଟ୍ ରେ ମଧ୍ୟ ତାଙ୍କ ଫଟୋ ଭାଇରାଲ୍ କରିଦେଇଥିଲେ । ପରେ ଏହା ଜାଣିପାରି ସ୍ବାମୀଙ୍କ ବିରୋଧରେ ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମେରଠ ଥାନା ମୁଣ୍ଡାଲୀ ଅଞ୍ଚଳର ଜଣେ ମହିଳା ସୋନୁ ନାମକ ଯୁବକଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ । ବିବାହର କିଛି ମାସ ପରେ ହିଁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା । ଯୌତୁକ ନିର୍ଯାତନା ଅଭିଯୋଗ ଆଣି ମହିଳା ଜଣଙ୍କ ମହିଳା ଥାନାରେ ମାମଲା ରୁଜ୍ଜୁ କରିଥିଲେ । ଏହାପରେ ସେ ନିଜ ବାପଘରେ ରହୁଥିଲେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲଗାତର ଏଭଳି ବିବାଦ ଲାଗି ରହିଥିଲା ।

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ତାଙ୍କୁ ବଦନାମ କରିବା ପାଇଁ ତାଙ୍କୁ କଲ୍ ଗର୍ଲର ସଜାଇ ତାଙ୍କ ଫଟୋକୁ ଭିନ୍ନ ଭିନ୍ନ ଗ୍ରୁପରେ ସେୟାର କରିଥିଲେ । କିଛି ପର୍ଣ୍ଣ ସାଇଟ୍ ରେ ମଧ୍ୟ ତାଙ୍କ ଫଟୋ ଛଡାଯାଇଛି । ଯେତେବେଳେ ମହିଳାଙ୍କୁ ଏ ସମ୍ପର୍କରେ ଜଣାପଡିଥିଲା ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏହାପରେ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.