ପଡୋଶୀଙ୍କ କହିବା ପରେ ବେଡରୁମ୍‌ରେ ସିସିଟିଭି କ୍ୟାମେରା ଲଗାଇଦେଲେ ଯୁବକ, ଧରାପଡିଲା ସ୍ତ୍ରୀଙ୍କ କାରନାମା

Published By : Prameya-News7 Bureau | December 04, 2019 IST

ବରେଲି ୪।୧୨: ଉତ୍ତରପ୍ରଦେଶ ବରେଲିରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପଡୋଶୀଙ୍କ କହିବା ଅନୁସାରେ ସ୍ତ୍ରୀର କାରନାମା ଜାଣିବା ପାଇଁ ବେଡରୁମ୍ ରେ ସିସିଟିଭି କ୍ୟାମେରା ଲଗାଇଥିଲେ ସ୍ବାମୀ ।

ପଡୋଶୀମାନେ ଯୁବକଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ଛୁଆକୁ ନିର୍ଦ୍ଦୟ ଭାବେ ପିଟୁଛନ୍ତି । ଫଳରେ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ଏ କଥା କହିବାରୁ ସେ ପଡୋଶୀମାନଙ୍କ ସହ ଝଗଡା କରିଥିଲେ । ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ କହିଥିଲେ ଯେ, ପଡୋଶୀମାନେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ କରାଇବାକୁଚାହୁଁଛନ୍ତି । ଏହାଶୁଣି ଯୁବକ ଜଣଙ୍କ ଚୁପ୍ ହୋଇଯାଇଥିଲେ । ମାତ୍ର ତାଙ୍କ ମନ ମାନିନଥିଲା । ସେ ସ୍ତ୍ରୀଙ୍କୁ ନଜଣାଇ ସତ କଣ ଜାଣିବା ପାଇଁ ବେଡରୁମ୍ ରେ ସିସିଟିଭି କ୍ୟାମେରା ଲଗାଇଦେଇଥିଲେ ।

ସୂଚନାଯୋଗ୍ୟ ଯେ, ସୁଭାଷନଗର ନିବାସୀ ଦୀପକଙ୍କ ବିବାହ ପୁନମଙ୍କ ସହ ହୋଇଥିଲା । ତାଙ୍କର ବର୍ଷକର ପୁଅ ମଧ୍ୟ ଅଛି । ଦୀପକଙ୍କ ପଡୋଶୀମାନେ ତାଙ୍କୁ କହିଥିଲେ ଯେ, ଯେତେବେଳେ ସେ ଘରେ ରୁହନ୍ତିନାହିଁ ସେତେବେଳେ ତାଙ୍କ ଘରେ ତାଙ୍କ କାନ୍ଦିବାର ଶବ୍ଦ ଶୁଣାଯାଇଥାଏ । ଫଳରେ ଦୀପକ ଏ ବିଷୟରେ ତାଙ୍କ ସ୍ତ୍ରୀଙ୍କୁ ପଚାରିଥିଲେ । ମାତ୍ର ସେ ତାଙ୍କ କଥାକୁ ଟାଳି ଦେଇ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ କରାଇବା ପାଇଁ ପଡୋଶୀମାନେ ପ୍ରୟାସ କରୁଛନ୍ତି । ମାତ୍ର ପୁଣି ଥରେ ପଡୋଶୀମାନେ ଅଭିଯୋଗ କରିଥିଲେ । ଫଳରେ ସତ କଣ ଜାଣିବା ପାଇଁ ଯୁବକ ଜଣଙ୍କ ତାଙ୍କ ବେଡ୍ ରୁମ୍ ରେ ସିସିଟିଭି କ୍ୟାମେରା ଲଗାଇଦେଇଥିଲେ । ଯେତେବେଳେ ଦୀପକ ସିସିଟିଭି କ୍ୟାମେରାର ରେକର୍ଡିଂ ଦେଖିଥିଲେ ସେ ତାଙ୍କ ସ୍ତ୍ରୀଙ୍କର ଏଭଳି କାରନାମା ଦେଖି  ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କ୍ୟାମେରାରୁ ମିଳିଥିବା ଫୁଟେଜ୍ ରେ ଦୀପକଙ୍କ ସ୍ତ୍ରୀ ପୁନମ ତାଙ୍କ ପୁଅକୁ ନିର୍ଦ୍ଦୟ ଭାବେ ପିଟୁଥିବାର ଦେଖିବାକୁ ମିଳିଥିଲା । ସିସିଟିଭି କ୍ୟାମେରାରେ ଏ ସବୁ ଦୃଶ୍ୟ ଦେଖିବା ପରେ ପୁନମ୍ ତାଙ୍କ ବାପଘରକୁ ଚାଲିଯାଇଥିଲେ । ପରେ ସେ ଦୀପକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଫଳରେ ଦୀପକ ଡିଆଇଜିଙ୍କ ନିକଟରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.