ସ୍ତ୍ରୀମାନଙ୍କ ପାଇଁ ଚାକିରୀରୁ ଦେଲେ ଇସ୍ତଫା, ପରିସ୍ଥିତିକୁ ଦେଖି ବସ୍ ବାହାର କଲେ ଏପରି ଆଇଡିଆ

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦/୧୧ : ଆଜିର ସମୟରେ ସରକାର ତ ଛାଡ ପ୍ରାଇଭେଟ୍ ଚାକିରୀଟିଏ ମିଳିବା ବି ସହଜ ନୁହେଁ। କଠିନ ପରୀକ୍ଷା ପରେ ଯାଇ ଲୋକେ ଚାକିରିଟିଏ ପାଆନ୍ତି। କିନ୍ତୁ ଇରାକରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପାଇଁ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଜଣେ ନୁହେଁ ବରଂ ତାଙ୍କର ତିନି ଜଣ ପତ୍ନୀଙ୍କ ହେତୁ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୈନିକ ଜଣଙ୍କ ତାଙ୍କ ତିନି ପତ୍ନୀଙ୍କ ଅଭିଯୋଗରେ ଚିନ୍ତିତ ଥିଲେ। ପତ୍ନୀମାନେ ଅଭିଯୋଗ କରୁଥିଲେ ଯେ ସେମାନଙ୍କ ସ୍ୱାମୀ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେଉନାହାଁନ୍ତି । ତାଙ୍କ ସ୍ୱାମୀ ସେନାବାହିନୀରୁ ବହୁତ କମ୍ ଛୁଟି ପାଆନ୍ତି। ଯେତେବେଳେ ସ୍ୱାମୀ ଛୁଟିରେ ଘରକୁ ଆସନ୍ତି, ସେତେବେଳେ ସେ ଶୋଇବାରେ ଏବଂ ବାକି କାମରେ ସମୟ ବିତାଇଥା’ନ୍ତି। ସେ ସେମାନଙ୍କୁ ସମୟ ଦେଇନଥାନ୍ତି। ତେଣୁ ପତ୍ନୀଙ୍କ କଥାମାନି ଇରାକୀ ସୈନିକ ତାଙ୍କ କମାଣ୍ଡରଙ୍କ ନିକଟରେ ଇସ୍ତଫା ଦାଖଲ କରିଥିଲେ। ଯାହା ଦେଖି କମାଣ୍ଡର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସେ ଏହା କାହିଁକି କରୁଛନ୍ତି?

ଏହା ପରେ କମାଣ୍ଡର ସେହି ସୈନିକଙ୍କୁ ଡାକି କହିଲେ ମୁଁ ତୁମର ଇସ୍ତଫା ଗ୍ରହଣ କରିପାରିବି ନାହିଁ। ଇସ୍ତଫା ପରିବର୍ତ୍ତେ ତୁମର ତିନି ପତ୍ନୀଙ୍କ ଅଭିଯୋଗର ସମାଧାନ କରିବାର ଆଉ ଏକ ଉପାୟ ଅଛି। ମୁଁ ତୁମକୁ ୧୨ ଦିନ ଛୁଟିରେ ପଠାଉଛି । ତୁମେ ତୁମର ପ୍ରତ୍ୟେକ ପତ୍ନୀଙ୍କ ସହିତ ୪ ଦିନ ଲେଖାଏଁ ରୁହ ଏବଂ ସେମାନଙ୍କର ଯତ୍ନ ନିଅ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.