ସରପଞ୍ଚଙ୍କ ସ୍ବାମୀ ହିଁ ସରପଞ୍ଚଠାରୁ ପାୱାରଫୁଲ : କେମିତି କରୁଛନ୍ତି ପିସି କାରବାର ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 18, 2019 IST

ଭୁବନେଶ୍ବର୧୮|୧୦: ସରପଞ୍ଚଙ୍କ ସ୍ବାମୀ ହିଁ ସରପଞ୍ଚଠାରୁ ପାୱାରଫୁଲ। ସେହିଁ ସବୁ କାମ କରନ୍ତି।  ଏକଥା ଆମେ କହୁଁନୁ।   ରାଜ୍ୟରେ ପିସି କଲଚର କେମିତି ଚାଲିଛି ଏବଂ କାହାର କେତେ ଭାଗ ସେଥିରେ ବି ସରପଞ୍ଚ ସ୍ବାମୀଙ୍କର ଭାଗ ରହିଛି।  ଯାହାର ଏକ  ଭିଡିଓ ନ୍ୟୁଜ ସେଭେନ ହାତରେ ଲାଗିଛି।

{"id":171506,"width":584,"height":1062}

-ସରପଞ୍ଚ ସ୍ବାମୀଙ୍କର ୨ ପର୍ସେଣ୍ଟ

-ପରିଡ଼ାବାବୁଙ୍କର ୨ ପର୍ସେଣ୍ଟ

-ଜେଇଙ୍କର ପୁଣି ୪ ପର୍ସେଣ୍ଟ

-ତଥାପିବି ୮ ପର୍ସେଣ୍ଟର ମିଳୁନି ହିସାବ।

{"id":171507,"width":587,"height":1067}

 ଏହି ଭିଡିଓ ହେଉଛି  ଖୋର୍ଦ୍ଧା  ଜିଲ୍ଲା ବାଣପୁରର ତୋରସିଂଙ୍ଗା ପଞ୍ଚାୟତର ।  ସରପଞ୍ଚଙ୍କ ସ୍ବାମୀ ସାରଥୀ ପ୍ରଧାନଙ୍କୁ  ଘେରିଛନ୍ତି ଭଗବତୀପୁର ଗାଁ ଲୋକେ।  ୮ ପର୍ସେଣ୍ଟର ହିସାବ ମିଳୁନି। ଗାଁ ଲୋକଙ୍କ ଅଭିଯୋଗ ହୋଇଥିଲା ଯେ  ସରପଞ୍ଚଙ୍କ ସ୍ବାମୀ ୪ ପର୍ସେଣ୍ଟ ପିସି ନେବାର କଥା ହୋଇଥିଲା। କିନ୍ତୁ କାହିଁକି ସେ ୮ ପର୍ସେଣ୍ଟ ନେଲେ ବୋଲି ଲୋକେ ପ୍ରଶ୍ନ କରିଥିଲେ।

{"id":171508,"width":588,"height":1069}

 ସରପଞ୍ଚଙ୍କ ସ୍ବାମୀ ସାରଥୀ ପ୍ରଧାନ ସ୍ବୀକାର କରୁଛନ୍ତି ଯେ ତାଙ୍କର ୨ ପର୍ସେଣ୍ଟ ଓ ପରିଡ଼ାବାବୁଙ୍କର ୨ ପର୍ସେଣ୍ଟ, ପୁଣି ସେଠି ଜେଇଙ୍କର ୪ ପର୍ସେଣ୍ଟ କଥା ମଧ୍ୟ ଉଠୁଛି।   ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇବା ଲାଗି ଏହି ପିସି କାରବାର ଭାଗବଣ୍ଟା ଚାଲିଛି। 

{"id":171509,"width":581,"height":1056}

ଲକ୍ଷେ ୩୦ ହଜାର ଟଙ୍କାର ଘର ପାଇବାକୁ ଜଣେ ହିତାଧିକାରୀ କେତେ କେତେ ପର୍ସେଣ୍ଟ ଦେଉଛନ୍ତି ତାହାର ଏହା ହେଉଛି ପ୍ରମାଣ। ଏହି   ଭିଜୁଆଲରେ ଗାଁ ଲୋକେ ମାନୁଛନ୍ତି, କିଏ କେତେ ପର୍ସେଣ୍ଟ ନେବ ବୋଲି କଥା ହୋଇଥିଲା। ଆଉ ହିସାବ ମିଳୁନଥିବା ଟଙ୍କା କିଏ ନେଇଛି। ସିଧା ମୁହାଁମୁହିଁ ଚାଲିଛି।  ସେମାନେ  ହିସାବ ପାଇଲେ କି ନାହିଁ ତାହା ଯେତିକି ଗୁରୁତ୍ବପୂର୍ଣ୍ଣ  ରାଜ୍ୟରେ ପିସି କାରବାର କେମିତି ଚାଲିଛି ତାହା ଏଠାରେ ସ୍ପଷ୍ଟ ହେଉଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.