Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଭାରତୀୟ ଦୂତାବାସରେ କରୋନା, ମହିଳା କୂଟନୀତିଜ୍ଞଙ୍କ ସ୍ବାମୀଙ୍କ ମୃତ୍ୟୁ

18/04/2020 at 7:34 AM

ନ୍ୟୁୟର୍କ ୧୮।୪: କରୋନା ଭାଇରସ୍ ଭାରତ ସମେତ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରୁଛି । ବର୍ତ୍ତମାନ ବ୍ରାଜିଲରେ ଥିବା ଭାରତୀୟ ଦୂତାବାସରେ କରୋନା ଭାଇରସ୍ ସଂକ୍ରମିତ କରିସାରିଛି । ବ୍ରାଜିଲ ଦୂତାବାସରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ସ୍ବାମୀ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହେବା ଦ୍ବାରା ନ୍ୟୁୟର୍କରେ ତାଙ୍କର ମୃତ୍ୟୁ ହୋଇଛି ।

ମହିଳା କୂଟନୀତିଜ୍ଞଙ୍କ ସ୍ବାମୀ ତାଙ୍କ ପିଲାମାନଙ୍କ ସହିତ ନ୍ୟୁୟର୍କ ଯାଇଥିଲେ । ତାଙ୍କୁ ଗତ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେ ଗତ ୨-୩ ଦିନ ଭେଣ୍ଟିଲେଟରରେ ଥିଲେ । କରୋନା ଭାଇରସରୁ ମୃତ୍ୟୁ ହୋଇଥିବା ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ସହ ଏହା ହେଉଛି ପ୍ରଥମ ଘଟଣା । ଏହାପୂର୍ବରୁ କରୋନା ଜୀବାଣୁ ଯୋଗୁଁ ଭାରତୀୟ କୂଟନୀତିଜ୍ଞ ଏବଂ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇନାହିଁ ।

କରୋନା ଭାଇରସ୍ ଦ୍ବାରା ବିଶ୍ବବ୍ୟାପୀ ୨୨,୪୨,୮୬୮ ଜଣ ସଂକ୍ରମିତ ହୋଇଛନ୍ତି । ପ୍ରାୟ ୧,୫୪,୧୪୨ ଜଣ ଏହି ଭାଇରସ୍ ଯୋଗୁଁ ପ୍ରାଣ ହରାଇଛନ୍ତି । ଏହି ଭାଇରସ୍ କବଳରୁ ୫୬୯,୨୭୦ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଭାରତରେ ୧୩,୮୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୪୫୨ ଜଣଙ୍କର ମୃତ୍ୟୁ ହୋଇଛି । ୧,୭୬୭ ଜଣ ଏହି ଭାଇରସ୍ କବଳକୁ ସୁସ୍ଥ ହୋଇଛନ୍ତି । ଏହି ମହାମାରୀ ଯୋଗୁଁ ଆମେରିକାରେ ସବୁଠାରୁ ଅଧିକ କ୍ଷତି ହୋଇଛି ।

   Related Posts