ଖଳନାୟକଙ୍କ ସହ ନାୟିକାଙ୍କ ପ୍ରେମ : ହିରୋଇନ ସ୍ତ୍ରୀ ଭାରତୀ ସମ୍ପର୍କରେ ସ୍ୱାମୀ ନିରାକାର କହିଲେ ଏମିତି କିଛି...

Published By : Prameya-News7 Bureau | October 10, 2018 IST

ଭଦ୍ରକ ୧୦/୧୦ : ଯାତ୍ରା ରଙ୍ଗମହଲର ନାୟିକା ଭାରତୀ ଏବଂ ଖଳନାୟକ ପିୟୁଷଙ୍କ ମଧ୍ୟରେ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏ ସମ୍ପର୍କ ଯୋଗୁଁ ଏ ଦୁଇ କଳାକାରଙ୍କୁ ଯାତ୍ରା ରଙ୍ଗମହଲରୁ ବାହାରିବାକୁ ପଡିଛି | ନିଜେ ଭାରତୀ ଏ ସମ୍ପର୍କ ନେଇ ସ୍ବୀକାରୋକ୍ତି ପ୍ରକାଶ କରିସାରିଛନ୍ତି | ତେବେ ପିୟୁଷ କିନ୍ତୁ ସମ୍ପର୍କ ନେଇ ସିଧାସଳଖ କିଛି କହିନାହାନ୍ତି | ଯାତ୍ରା ଜଗତରେ ଏ ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଯାତ୍ରା ରାହ୍ନ ମହଲାର ପ୍ରଯୋଜକ ସତ୍ୟ ଜେନା ଏବଂ ରଙ୍ଗମହଲରେ ପାର୍ଶ୍ୱ ଅଭିନେତା ଭାବେ ଅଭିନୟ କରୁଥିବା ଭାରତୀଙ୍କ ସ୍ୱାମୀ ନିରାକାର ଆଜି ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି | ନିରାକାର କହିଛନ୍ତି ଯେ, ଭାରତୀ ଯେତେବେଳେ ରଙ୍ଗମହଲକୁ ଆସିଥିଲେ ସେତେବେଳେ ଭାରତୀଙ୍କ ସହିତ ତାଙ୍କର ପ୍ରେମ ହୋଇଥିଲା | ବର୍ଷକ ପରେ ଉଭୟ ପରିବାରର ସହମତିରେ ସମ୍ପୂର୍ଣ ବୈଦିକ ରୀତିରେ ଭାରତୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା | ତେବେ ବିବାହ ପରେ ସମ୍ପର୍କର ଦଉଡ଼ି ଧୀରେ ଧୀରେ ଢିଲା ହେବାକୁ ଲାଗିଲା | ଯଦିଓ ସମ୍ପର୍କ ଖରାପ ହେବାର ନିର୍ଦ୍ଧିଷ୍ଟ କାରଣ ସମ୍ପର୍କରେ ନିରାକାର କିଛି ସ୍ପଷ୍ଟ କରିନାହାନ୍ତି ତେବେ ଭାରତୀଙ୍କ କାର୍ଯ୍ୟକଳାପ ହିଁ ଏଥିପାଇଁ ଦାୟୀ ବୋଲି କହିଛନ୍ତି | ଭାଙ୍ଗିଯାଉଥିବା ଏହି ସମ୍ପର୍କକୁ ଠିକ କରିବା ପାଇଁ ଉଭୟ ପରିବାର ଏକାଠି ବସି ବହୁବାର ଉଦ୍ୟମ କରିଛନ୍ତି | ଯାତ୍ରା ଦଳର ପ୍ରଯୋଜକ ମଧ୍ୟ ହସ୍ତକ୍ଷେପ କରି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଛନ୍ତି | କିନ୍ତୁ ଭାରତୀ କାହା କଥା ଶୁଣିନଥିଲେ | ବରଂ ଅନ୍ୟତ୍ର ରହୁଥିଲେ ବୋଲି ନିରାକାର କହିଛନ୍ତି | ସୂଚନାଯୋଗ୍ୟ ଯେ, ନ୍ୟୁଜ ସେଭେନ ସହ ଏକ ସାକ୍ଷାତ୍କାର ବେଳେ ଭାରତୀ କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀ ନିରାକାରଙ୍କ ଠାରୁ ଛାଡପତ୍ର ନେବ ପାଇଁ ନିଷ୍ପତ୍ତି ନେଇସାରିଛନ୍ତି | ଏ ନେଇ ସ୍ୱାମୀ ନିରାକାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ଛାଡପତ୍ର ନିଷ୍ପତ୍ତି ଭାରତୀଙ୍କର | ଯଦି ସେ ଏହା କରିବାକୁ ଚାହୁଁଛନ୍ତି ତା ହେଲେ ସେ ବା କଣ କରିବେ | ଅପରପକ୍ଷରେ ସମଗ୍ର ଘଟଣା ସମ୍ପର୍କରେ ରଙ୍ଗମହଲର ପ୍ରଯୋଜକ ସତ୍ୟ ଜେନା ନ୍ୟୁଜ ସେଭେନ ସହ କଥାବାର୍ତ୍ତା କଲାବେଳେ ବହୁ ଗୁରୁତ୍ୱପୂର୍ଣ ସୂଚନା ଦେଇଛନ୍ତି | ରଙ୍ଗମହଲ ଯାତ୍ରା ପାର୍ଟିରୁ ସବୁ ଦିନ ପାଇଁ ପିୟୁଷ ଓ ଭାରତୀ ବିଦା ହୋଇଯାଇଛନ୍ତି ବୋଲି ସେ କହିଛନ୍ତି | ପରଷ୍ପର ବିବାହ କରିବାକୁ ଜିଦ୍ କରିବାରୁ ରଙ୍ଗ ମହଲର ପ୍ରଯୋଜକ ସତ୍ୟ ଜେନା ଏଭଳି ନିଷ୍ଠୁର ନିଷ୍ପତି ନେଇଥିବା କହିଛନ୍ତି । ନାୟିକା ଭାରତୀ, ତାଙ୍କ ସ୍ବାମୀ ନିରାକାର ଧଳଙ୍କ ରୁମରେ ନରହି ଅଲଗା ରୁମରେ ରହିଲେ । ଏପରିକି ପୀୟୁଷଙ୍କ ସହ ତାଙ୍କ ସଂପର୍କ ଅତି ନିବିଡ ହୋଇ ଗଲା, ଆଉ ପାର୍ଟିରେ ବିଶୃଙ୍ଖଳା କଲେ । ଏପଟେ ପୀୟୁଷଙ୍କ ଧର୍ମ ପତ୍ନୀ ଆସି ମାଲିକଙ୍କ ପାଖରେ ଗୁହାରୀ କରି କହିଲେ-ମୋତେ ମୋ ସିନ୍ଦୁର ଫେରାଇ ଦିଅ । ଆଉ ପରିସ୍ଥିତି ବାଧ୍ୟ କଲା ଦୁଇ ଜଣଙ୍କୁ ପାର୍ଟିରୁ ବାହାର କରିବା ପାଇଁ ବୋଲି କ୍ଷୋଭର ସହ କହିଛନ୍ତି ସତ୍ୟ ଜେନା । ସୂଚନାଯୋଗ୍ୟ ଯେ, ରଙ୍ଗ ମହଲରୁ ସେ ବାହାରି ନାହାନ୍ତି , ବରଂ ତାଙ୍କୁ୧୫ ଦିନ ପାଇଁ ଛୁଟି ଦିଆଯାଇଥିବା ପୀୟୁଷ ଗତକାଲି ନ୍ୟୁଜ୍7କୁ କହିଥିଲେ । ତବେ ଆଜି ରଙ୍ଗ ମହଲର ମାଲିକ ସତ୍ୟ ଜେନା କହିଛନ୍ତି ଯେ ପୀୟୁଷ ଆଉ ଭାରତୀ ରଙ୍ଗ ମହଲକୁ ଫେରିବେ ନାହିଁ । ସେ ଦୁହିଁଙ୍କୁ ବିଦା କରିବା ପରେ ମଂଚକୁ ପୂଜା କରାଯାଇଛି । ସେମାନେ ମଂଚକୁ ଅପବିତ୍ର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.