ପାରିବାରିକ କଳହର କରୁଣ ପରିଣତି , ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ !
28/01/2020 at 3:37 PM

ଢେଙ୍କାନାଳ ୨୮।୦୧: ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନ ଅନ୍ତର୍ଗତ ନାଣ୍ଡିପୋଲିଆ ଗାଁରେ ଘଟିଛି ଘଟଣା । ମୃତକ ସବିତା ନାୟକ । ତେବେ ଅଭିଯୁକ୍ତ ସ୍ବାମୀଙ୍କ ନାମ ସୁବାସ ନାୟକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ସକାଳ ସୁବାସ ଓ ସବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ସବିତା ଶୋଇଥିବା ସମୟରେ ସୁବାସ ଏକ ଧାରୁଆ ବ୍ଲେଡ୍ରେ ତାଙ୍କ ତଣ୍ଟି କାଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସୁବାସଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Posts
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021