Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ମଦ୍ୟପ ସ୍ବାମୀ

ରାଇରଙ୍ଗପୁର ୨୦|୨(ସୁଜିତ ପଟ୍ଟନାୟକ): ସ୍ତ୍ରୀ କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ମଦ୍ୟପ ସ୍ବାମୀ।ଏପରି ଘଟଣା ଘଟିଛି ବହଳଦା ଥାନା କାଙ୍କି ଗ୍ରାମରେ।ମୃତ ମହିଳା ହେଲେ କାଙ୍କି ଗ୍ରାମର କୁନି ମାରାଣ୍ଡି।

ସୂଚନା ମୁତାବକ ଗତ କାଲି ରାତିରେ ସାମାନ୍ୟ ବଚସା ରେ ଉତ୍ୟକ୍ତ ହୋଇ  ସ୍ବାମୀ ଭାନେ ମାରାଣ୍ଡି ବାଉଁଶ ଠେଙ୍ଗାରେ ପିଟି ପିଟି ସ୍ତ୍ରୀ କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛି।ଆଜି ସକାଳେ ଧାନେ ବହଳଦା ବଜାରରେ ଏଣେତେଣେ ବୁଲୁଥିବା ଦେଖି ପୁଲିସ ଅଟକ ରଖି ପଚାର ଉଚୁରା କରିବାରୁ ହତ୍ୟା କଥା ମାନି ଥିଲା।ବହଲଦା ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି।

209 Views

   ସମ୍ବନ୍ଧିତ ଖବର