Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହର କିଛି ସମୟ ପରେ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ବାମୀ : ଜାଣନ୍ତୁ ପୂରା ଘଟଣା

30/04/2019 at 11:54 AM

ଜୟପୁର ୩୦/୪: ପାକିସ୍ତାନର  ପଞ୍ଜାବ ପ୍ରାନ୍ତର ରାଓ୍ବଲପିଣ୍ଡି ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହର ଦୁଇ ଦିନ ପରେ ନିଜ ପତ୍ନୀଙ୍କୁ ହତ୍ୟା କରି ଦେଇଛି। ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

ଅଭିଯୋଗକାରୀ କହିଛନ୍ତି ଯେ ତାଙ୍କ ପୁଅ ମହମ୍ମଦ ଅଫଜଲ ଅପ୍ରେଲ୍ ୨୫ତାରିଖରେ ନିଜର ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ। ବିବାହର ଦୁଇ ଦିନ ପରେ ତାଙ୍କ ରୁମରୁ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା। ବନ୍ଧୁକର ଗୁଳିରୁ ଶବ୍ଦ ଶୁଣି ସେ ତୁରନ୍ତ ରୁମ୍ ଆଡ଼କୁ ଧାଇଁ ଆସିଥିଲେ। ରୁମକୁ ଆସି ସେ ଯାହା ଦେଖିଥିଲେ ତାଙ୍କ ହୋସ୍ ଉଡ଼ିଯାଇଥିଲା। ତାଙ୍କ ବୋହୂ ଏବଂ ପୁଅ ରକ୍ତାକ୍ତ ଅବସ୍ଥାରେ ମରି ପଡ଼ିଥିଲେ। ସେ କହିଥିଲେ ଯେ ତାଙ୍କ ପୁଅ ନିଜ ମୁଣ୍ଡରେ ଗୁଳି ମାରିଥିଲା।

ତାଙ୍କ କହିବାନୁସାରେ ଏହି ଘଟଣା ପଛରେ ପ୍ରକୃତରେ କ’ଣ ପାଇଁ ଘଟିଲା ତାହା ଏଯାଏଁ ଜଣା ପଡ଼ିନାହିଁ। ପୋଲିସ୍ ଅଫଜଲଙ୍କ ଭାଇଙ୍କ ବୟାନ୍ ମଧ୍ୟ ରେକର୍ଡ଼ କରିଛି। ପୋଲିସ୍ ଏନେଇ ଜୋରସୋରରେ ତଦନ୍ତ ଚଳାଇଛି। ପୋଲିସ୍ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।

ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଶୁବ୍ ଶୀଘ୍ର ଏହି ଘଟଣାର ସତ୍ୟତା ବିଷୟରେ ଜଣା ପଡ଼ିଯିବ।      

   Related Posts