ବିବାହ ସମାରୋହରେ ସ୍ୱାମୀ ଅନ୍ୟ ମହିଳାମାନଙ୍କ ସହ ନାଚିବାରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ହେଲା ଝଗଡା : ମଦ ନିଶାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | May 28, 2019 IST

ଉଦୟପୁର ୨୮/୫ : ରାଜସ୍ଥାନ ଉଦୟପୁର ଜିଲ୍ଲାର ପନାବରା ଅଂଚଳରେ ଏକ ବିବାହ ସମାରୋହରେ ଯୋଗ ଦେଇଥିଲେ ଜଣେ ଦମ୍ପତ୍ତି । ସ୍ୱାମୀ ଅନ୍ୟ ମହିଳାମାନଙ୍କ ସହ ନାଚିବାରୁ ସ୍ତ୍ରୀ ରାଗି ଯାଇଥିଲେ । ଫଳରେ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ବିବାଦ ପରେ ସ୍ୱାମୀ ମଦ ନିଶାରେ ସ୍ତ୍ରୀକୁ ହତ୍ୟା କରିଦେଲା ।

ଅଭିଯୁକ୍ତ ସ୍ୱାମୀ ହେଲା ୬୦ ବର୍ଷ ବୟସ୍କ କାଶୁରାମ । ମୃତ ମହିଳା ହେଲେ ୫୦ ବର୍ଷ ବୟସ୍କ ଭିଖଳି । ପୋଲିସ ସୂଚନା ଅନୁଯାୟୀ, ମେ ୨୪ ତାରିଖରେ ଏହି ଦମ୍ପତ୍ତି ବିବାହ ସମାରୋହରେ ଯୋଗ ଦେଇଥିଲେ । ବିବାହ ସମାରୋହରେ କାଶୁରାମ କିଛି ମହିଳାଙ୍କ ନାଚିଥିଲେ । ବିବାହ ସମାରୋହରୁ ଘରକୁ ଫେରିବା ପରେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । କାଶୁରାମ ନିଶା ଅବସ୍ଥାରେ ଏକ ଟାଙ୍ଗିଆରେ ଭିଖଳିଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ କାଶୁରାମ ସେଠାରୁ ଫେରାର ହୋଇଯାଇଥିଲା ।

{"id":116903}

ରବିବାର ଦିନ କାଶୁରାମକୁ ପୋଲିସ ଡହିୟା ଗାଁ ନିକଟରୁ ଗିରଫ କରିଥିଲା । ଅଭିଯୁକ୍ତ କାଶୁରାମ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ, ଧାରା ୩୦୨ରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ଭିଖଳିଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଶବ ଭିଖଳିଙ୍କ ସାବତ ପୁଅ କୈଳାଶଙ୍କୁ ହସ୍ତାନ୍ତର କରାଯାଇଥିଲା । ଘଟଣାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.