Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଦିନରେ ପତ୍ନୀକୁ କରାଇଲେ ମନଭରି ସପିଂ, ରାତିରେ ହତ୍ୟା କରି ଫେରାର

16/10/2020 at 7:47 PM

ଜୀରକପୁର ୧୬/୧୦: ପଞ୍ଜାବର ଜୀରକପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବସନ୍ତବିହାରର ଫେଜ ୨ରେ ରହୁଥିବା ଜଣେ ଯୁବକ ନିଜ ସ୍ତ୍ରୀକୁ କରବାଚୌଥ ପାଇଁ ସପିଂ କରାଇବାକୁ ନେଇଥିଲା। ସେଠା​‌ରେ ସ୍ବାମୀ ସ୍ତ୍ରୀକୁ ମନଭରି ସପିଂ କରାଇଥିଲା। କିନ୍ତୁ ଘରକୁ ଆସି ସ୍ତ୍ରୀର ହତ୍ୟା କରି ଫେରାର ହୋଇଗଲା ସ୍ବାମୀ।

ଏଭଳି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି। କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କିଛି ନା କିଛି କଥାକୁ ନେଇ ଝଗଡ଼ା ହେଉଥିଲା। ଅନେକ ସମୟ​‌ରେ ପଡ଼ୋଶୀ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ ଉଭୟ କିଛି ଶୁଣୁନଥିଲ।

ପଡ଼ୋଶୀଙ୍କ ସୂଚନା ଅନୁସାରେ ଅଶୋକ ନିଜ ପତ୍ନୀ ସୁଦେଶା ଓ ଦୁଇ ପୁଅଙ୍କୁ ନେଇ ସିପିଂ କରିବାକୁ ଯାଇଥିଲା। ତେବେ ଅଶୋକର ବଡ଼ ପୁଅ ବିଏ ଶେଷ ବର୍ଷରେ ପଢ଼ୁଥିବା ବେଳେ ସାନପୁଅ ପଞ୍ଚମରେ ପଢ଼ୁଛି। ବୁଧବାର ରାତିରେ ନିଜ ପରିବାର ସହ ସେ ବାହାରକୁ ଯାଇଥିଲା। ନିଜ ସ୍ତ୍ରୀ ପାଇଁ ଅନେକ ପ୍ରକାର ଜିନିଷ ମଧ୍ୟ କିଣିଥିଲେ ଅଶୋକ। ତେବେ ଘରକୁ ଫେରିବା ପରେ ସ୍ବମୀ-ସ୍ତ୍ରୀ  ମଧ୍ୟରେ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା। ହଠାତ ଉତକ୍ଷିପ୍ତ ହୋଇ ଅଶୋକ ନିଜ  ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା।

ଏହାପରେ ମୃତଦେହକୁ ଗାଧୁଆ ଘରେ ରଖି ଫେରାର ହୋଇଥିଲା ଅଶୋକ। ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ସେପଟେ ଏହି ଖବର ଅଶୋକର ବାପା ଜାଣିବା ପରେ ସେ ଅତ୍ୟନ୍ତ ଦୁଃଖି ହୋଇଯିବା ସହ କାନ୍ଦିବାକୁ ଲାଗିଥିଲେ। ସୁଦେଶାଙ୍କ ମୃତ୍ୟୁ ପରେ ପିଲାମାନେ ଏବେ ଭୋକରେ ଥିବା ଜଣାପଡ଼ିଛି।

   Related Posts