Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ବରରେ ସ୍ବାମୀର କୁରାଢି ଚୋଟରେ ସ୍ତ୍ରୀ ମୃତ

12/09/2018 at 9:23 AM

ବାଲେଶ୍ବର ୧୨|୯: ବାଲେଶ୍ବରରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ବାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ସାହାଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସ୍ତ୍ରୀକୁ ମାରିବା ପରେ ସ୍ବାମୀକୁ ଗାଁ ଲେ।କେ ଦେଲେ ଶାସ୍ତି । ଗତକାଲି ରାତିରେ ମଦ୍ୟପ ଅଜୟ କାମିଳା ସ୍ତ୍ରୀ ଓ ନିଜ ପିଲାଙ୍କୁ ମାରଣାସ୍ତ୍ର ଧରି ଗେ।ଡାଇଥିଲା । ପିଲାମାନେ ଘରେ ପଶିଯିବା ପରେ ହାବୁଡାରେ ପଡିଯାଇଥିବା ସ୍ତ୍ରୀ ସୁମିତ୍ରାକୁ ହାଣି ରକ୍ତାକ୍ତ କରି ପକାଇଥିଲେ । ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ସାହାଦା ଗାଁରେ ଘଟିଛି ଏଭଳି ଅଭବାନୀୟ ଘଟଣା । ନଜି ମା’ର ଏଭଳି ପରିସ୍ଥିତି ଦେଖି ସାହି ପଡିଶାଙ୍କୁ ଡାକ ଛାଡିଥିଲା ଝିଅ । ଗାଁ ଲେ।କ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ସୁମିତ୍ରାର ମୃତ୍ୟୁ ହେ।ଇସାରିଥିଲା । ଏହାପରେ ଅଜୟଙ୍କୁ କାବୁ କରି ସକାଳେ ଗାଁ ଦାଣ୍ଡରେ ନିର୍ଦ୍ଧୁମ ଛେଚି ଥିଲେ ଗାଁ ଲେ।କେ । ପେ।ଲିସ ଘଟଣାସ୍ଥଳରେ ପହଞ୍ଚି ଅଜୟଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମୃତ ସୁମିତ୍ରା ଜଣେ ମେଳାପି ଓ ପରଉପକାରୀ ଥିବାରୁ ତାଙ୍କ ଏପରି ମୃତ୍ୟୁକୁ ନେଇ ଗାଁ ଲେ।କେ ସହଜରେ ଗ୍ରହଣ କରିପାରିନାହାନ୍ତି ।

   Related Posts