ବଲାଙ୍ଗିରରେ ଗୁଣିଗାରେଡି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

Published By : Prameya-News7 Bureau | September 20, 2018 IST

ବଲାଙ୍ଗିର ୨୦|୯: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ମଣ୍ଡୋଦରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁଣିଗାରେଡି କରୁଥିବା ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ହତ୍ୟା କରିବା ପରେ ବେଲପଡା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସ୍ବାମୀ ଧୁବଲେ ଟିରଙ୍ଗୁଲ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ସ୍ତ୍ରୀ ବୈଦେହୀ ଟିରଙ୍ଗୁଲକୁ ଶାବଳ ଏବଂ ଟାଙ୍ଗିଆରେ ହାଣି ସ୍ବାମୀ ଧୁବଲେ ହତ୍ୟା କରିଥିଲା । ଦୀର୍ଘଦିନ ହେବ ସ୍ତ୍ରୀ ଡାହାଣି ବିଦ୍ୟା ଶିକ୍ଷା କରୁଥିବା ସେ ସନ୍ଦେହ କରୁଥିଲା ବୋଲି ପୋଲିସ ଆଗରେ ପ୍ରକାଶ କରିଛି । ଫଳରେ ସେ ତାକୁ ମାରିଦେଇଥିବା କହିଛି । ଘଟଣାସ୍ଥଳରେ ପାଟଣାଗଡ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.