ବିଷ ପିଇଦେଲେ ଦମ୍ପତ୍ତି : ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

Published By : Prameya-News7 Bureau | November 03, 2021 IST

ସମ୍ବଲପୁର ୩।୧୧: ସମ୍ବଲପୁର ବୁର୍ଲା ଥାନା ଗୋଶାଳା ଝାରମୁଣ୍ଡା ଗାଁର ଏକ ପଡିଆରେ ବିଷ ପିଇ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ତ୍ରୀ ବୃନ୍ଦାବତୀ ମହାକୁଡ ଗୁରୁତର ଥିବାବେଳେ ମହିଳାଙ୍କ ସ୍ବାମୀ ଟଂକଧର ମହାକୁଡଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଗୋଟିଏ ପଡିଆରେ ସ୍ବାମୀ-ସ୍ତ୍ରୀ ବିଷ ପିଇ ପଡିଥିଲେ । ତେବେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ବିଷ ପିଇବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୁଅ ବୋହୂର ଅତ୍ୟାଚାର ଯୋଗୁଁ ବିଷ ପିଇଥିବା କୁହାଯାଉଛି । ତେବେ ପୋଲିସ ପହଞ୍ଚି ଜଣଙ୍କୁ ମେଡିକାଲ ପଠାଇବା ସହ ମୃତଦେହ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.