ମହୁମାଛି ଆକ୍ରମଣରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

Published By : Prameya-News7 Bureau | August 16, 2020 IST

ବୌଦ୍ଧ ୧୬।୮: ମହୁମାଛି ଆକ୍ରମଣରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଥାନା ନଦିଆନଗର ଗ୍ରାମରେ ।

ସୂଚନା ଅନୁଯାୟୀ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ନଦିଆନଗର ଗ୍ରାମର ଭୁଜଶେଖର କର୍ମୀ ତାଙ୍କ ସ୍ତ୍ରୀଙ୍କ ସହ ନିଜ ବିଲକୁ ଯାଇଥିବା ବେଳେ ଉଭୟେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ପରିବାର ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭର୍ତ୍ତି କରିଥିଲେ । ଆଜି ସକାଳେ ଭୁଜଶେଖର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.