ସ୍ତ୍ରୀର ଆକ୍ରମଣରେ ସ୍ବାମୀ ମୃତ, ହତ୍ୟାକାରୀ ସ୍ତ୍ରୀ ଅଟକ

Published By : Prameya-News7 Bureau | October 08, 2020 IST

କାମାକ୍ଷାନଗର ୮।୧୦: ସ୍ତ୍ରୀର ପନିକି ଚୋଟରେ ସ୍ବାମୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ଘରୋଇ କଳହକୁ ନେଇ ଜଘନ୍ୟକାଣ୍ଡ ।ଗତକାଲି ରାତିରେ ପାରିବାରିକ କଳହକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ଏତେ ଉଗ୍ରରୂପ ଧାରଣା କରିଥିଲା ଯେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଦୁଷ୍ମନ୍ତଙ୍କ ସ୍ତ୍ରୀ ଖୁଲଣା ସାହୁ ତାଙ୍କୁ ଏକ ଧାରୁଆ ପନିକିରେ ଆକ୍ରମଣ କରିଥିଲେ । ଫଳରେ ଦୁଷ୍ମନ୍ତ ଗୁରୁତର ହୋଇଥିଲେ ।

ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଦୁଷ୍ମନ୍ତଙ୍କ ମା' ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ଶବ ଜବତ କରିଛି । ଅଭିଯୋଗରେ ଦୁଷ୍ମନ୍ତଙ୍କ ପତ୍ନୀ ଖୁଲଣାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.