ସ୍ତ୍ରୀ ଉପରେ ଅଭିମାନ କରି ସ୍ବାମୀ ଫେରାର, ପୁଣି ଚର୍ଚ୍ଚା ହେଉଛି, 'ଯୁବତୀଙ୍କ ସହ ସ୍ବାମୀର ଚାଲିଥିଲା ଚୋରା ପୀରତି !'

Published By : Prameya-News7 Bureau | January 21, 2021 IST

ଭୁବନେଶ୍ବର୨୧/୧: ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ସ୍ବାମୀ ଫେରାର! ଏ ନେଇ ନୟାପଲ୍ଲୀ ଥାନାରେ ନିଖୋଜ ରିପୋର୍ଟ ଦେଲେ ପତ୍ନୀ। କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟୁତୁଣ୍ଡ ହୋଇଥିଲା। ଏହାକୁ ନେଇ ୨ଜଣଙ୍କ ମଧ୍ୟରେ ମନ ମନାନ୍ତର ହୋଇଥିଲା। ସେଥିପାଇଁ ସ୍ବାମୀ କୁଆଡ଼େ ଚାଲିଯାଇଥିବା ନିଖୋଜ ରିପୋର୍ଟରେ ପତ୍ନୀ ଉଲ୍ଲେଖ କରିଛନ୍ତି। ସ୍ବାମୀ ନିଖୋଜ ପଛର କାରଣ ପାରିବାରିକ କହଳ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି, ଏ ନେଇ ନୟାପଲ୍ଲୀ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ପରିବାର ଲୋକଙ୍କ କହିବା ମୁତାବକ, ଗତ କିଛିଦିନ ତଳେ ମହେଶ ନାୟକ ନିଜ ଘର କେନ୍ଦ୍ରାପଡା ଯାଇଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସ୍ବାମୀ ମହେଶ ପୁଣି ଭୁବନେଶ୍ବର ଫେରି ଯାଇଥିଲେ। ଭୁବନେଶ୍ବର ନୟାପଲ୍ଲୀ ଥାନା ଅଧିନ ବେହେରା ସାହିରେ ଏକ ଭଡ଼ା ଘରେ ମହେଶ ରହନ୍ତି। ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ମହେଶ ନିଜ ପତ୍ନୀଙ୍କୁ ଥରେ ବି ଫୋନ କରି ନାହାନ୍ତି। ଶେଷରେ ବାଧ୍ୟ ମହେଶଙ୍କ ପତ୍ନୀ ଏବଂ ତାଙ୍କ ବାପା ଭୁବନେଶ୍ବରରେ ପହଞ୍ଚି ତାଙ୍କୁ ବହୁ ଖୋଜିଥିଲେ। ହେଲେ ତାଙ୍କ ପତ୍ତା ମିଳି ନଥିଲା। ଶେଷରେ ବାଧ୍ୟ ହୋଇ ନୟାପଲ୍ଲୀ ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଛନ୍ତି। ଏପରି କି ମହେଶଙ୍କ ମୋବାଇଲ ଫୋନ୍ ବି ଏପର୍ଯ୍ୟନ୍ତ ସ୍ବିଚ୍‌ଅଫ୍‌ ରହିଛି।

ଅନ୍ୟପଟେ ଭୁବନେଶ୍ବରରେ ଜଣେ ଯୁବତୀଙ୍କ ସହ ମହେଶଙ୍କ ପ୍ରେମ ସଂପର୍କ ଥିବା ପତ୍ନୀ କହିଛନ୍ତି। ଉଭୟ କୁଆଡ଼େ ଫେରାର ହୋଇଯାଇଥିବା ତାଙ୍କ ପତ୍ନୀ ସନ୍ଦେହ କରୁଛନ୍ତି। ୨ ବର୍ଷର କୁନି ଝିଅ ବାପାଙ୍କୁ ଖୋଜି ଖୋଜି ଖାଇବା ପିଇବା ଛାଡି ଦେଲା। ମହେଶଙ୍କ ପୂର୍ବ କଲ ରେକର୍ଡ ଆଧାରରେ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି ତଦନ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.