Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଏଠାରେ ନିଜ ସୁନ୍ଦରୀ ସ୍ତ୍ରୀଙ୍କୁ କୁତ୍ସିତ କରିଦିଅନ୍ତି ସ୍ବାମୀ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

5/03/2019 at 6:00 PM

ଆମେ ସୁନ୍ଦର ଦେଖାଯିବା ପାଇଁ କ’ଣ କ’ଣ ନ କରିଥାଉ। ଖାସ୍ କରି ମହିଳା ନିଜ ସୈାନ୍ଦର୍ଯ୍ୟକୁ ନେଇ ସବୁବେଳେ ସଜାଗ ରହିଥାଆନ୍ତି। ପ୍ରତ୍ୟେକ ସ୍ବାମୀ ଚାହିଁଥାଆନ୍ତି ତାଙ୍କ ସ୍ତ୍ରୀ ସବୁଠୁ ସୁନ୍ଦର ହୋଇଥାଉ। କିନ୍ତୁ ଏଠାରେ ସ୍ବାମୀ ଜାଣିଶୁଣି ନିଜ ସୁନ୍ଦରୀ ସ୍ତ୍ରୀଙ୍କୁ ଅସୁନ୍ଦରୀ କରିବାରେ  ଲାଗି ଥାଆନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା ସତ। ମିଆଁମାରରେ ରହୁଥିବା ଚିନ୍ ଏବଂ ମୁନ୍ ଜନଜାତି ରହିଥାଆନ୍ତି ଯେଉଁଠାରେ ପୁରୁଷ ନିଜ ସ୍ତ୍ରୀଙ୍କ ରୂପକୁ କଦାକାର କରି ଦିଅନ୍ତି। ଏହି ଜନଜାତିର ପୁରୁଷ ତାଙ୍କ ସ୍ତ୍ରୀଙ୍କ ମୁହଁରେ  କୁତ୍ସିତ ଟାଟୁ କରିଥାଆନ୍ତି। ଏହି ଟାଟୁ ଗାଇ ଏବଂ ଘୁଷୁରୀଙ୍କ ଚର୍ବିରୁ ପ୍ରସ୍ତୁତ ହୋଇଥାଏ। ଏହା ସହିତ ଏହି ଟାଟୁ କୈାଣସି ରଙ୍ଗରୁ ନୁହେଁ ବରଂ ଜଙ୍ଗଲୀ ଗଛରୁ ପ୍ରସ୍ତୁତ ହୋଇଥାଏ।

ଏହି ଟାଟୁ କେବଳ ଦେଖିବାକୁ କୁତ୍ସିତ ହୋଇନଥାଏ,ଏହା ଖୋଦନ କଲାବେଳେ ମଧ୍ୟ ଅତ୍ୟନ୍ତ କଷ୍ଟ ହୋଇଥାଏ। କଷ୍ଟ ହୋଇଥିବା କାରଣରୁ ମହିଳାଙ୍କ ପାଟିରୁ ଚିତ୍କାର ବାହାରିଥାଏ। ତାଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପକାଇଥାଏ। ଏହା ଦ୍ବାରା ସଂକ୍ରମଣର ଆଶଙ୍କା ରହିଥାଏ। ଟାଟୁ କରିବା ପରେ ସେହି ସ୍ଥାନରୁ ରକ୍ତ ମଧ୍ୟ ବାହାରିଥାଏ ଯାହା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ଏହି ପ୍ରଥା ବହୁ ବର୍ଷରୁ ଚାଲି ଆସିଛି।

ଏହି ଜାତିରେ  ଏପରି ପରମ୍ପରା କ’ଣ ପାଇଁ ରହିଛି ତାହା ପଛରେ କାରଣ ହେଉଛି ଅସୁରକ୍ଷା। ମିଆଁମାରରେ ବହୁ ବର୍ଷ ପୂର୍ବେ ରାଜ ପରିବାର ଥିଲା ଏବଂ ନିର୍ଦ୍ଦୟୀ ରାଜା ନିଜ ରାଜ୍ୟର ସୁନ୍ଦର ମହିଳାଙ୍କୁ ଖରାପ ନଜରରେ ଦେଖୁଥିଲା । ଏହା ସହିତ ତାଙ୍କୁ ଉଠାଇ ନେଇ ଯାଉଥିଲା। ଶାରିରୀକ ଶୋଷଣ ବ୍ୟତୀତ ତାଙ୍କୁ ବେଶ୍ୟା ବୃତ୍ତିରେ ନିୟୋଜିତ କରାଯାଉଥିଲା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଜନଜାତିର ଲୋକେ ନିଜ ସ୍ତ୍ରୀଙ୍କ ସୈାନ୍ଦର୍ଯ୍ୟକୁ ଖରାପ କରୁଥିଲେ। ତାଙ୍କ ମତରେ ମହିଳାଙ୍କ ଆକର୍ଷଣ ନଥିଲେ ତାଙ୍କୁ କେହି ଉଠାଇ ନେଇ ପାରିବେ ନାହିଁ।

   Related Posts