ପତ୍ନୀଠୁ ଦୂରରେ ରହିବା ପାଇଁ ସ୍ଵାମୀ ତିଆରି କଲେ ନକଲି କରୋନା ରିପୋର୍ଟ, ଏମିତି ଧରା ପଡିଲେ

Published By : Prameya-News7 Bureau | July 03, 2021 IST

ଇନ୍ଦୋର ୦୩।୦୭: ପତ୍ନୀଙ୍କଠୁ ଦୂରରେ ରହିବାକୁ ଚାହୁଁଥିଲେ ସ୍ଵାମୀ। ଆପଣେଇଲେ ଏକ ଅଜବ ଉପାୟ। ତିଆରି କଲେ ନକଲି କରୋନା ପଜିଟିଭ୍ ସାର୍ଟିଫିକେଟ୍। ପରେ ଏହି ରିପୋର୍ଟକୁ ପତ୍ନୀଙ୍କ ପାଖକୁ ପଠାଇ ଦେଲେ ଏବଂ କହିଲେ ସେ କୋଭିଡ୍ ସେଣ୍ଟରରେ ଭର୍ତ୍ତି ଅଛନ୍ତି।

ଏକ ମାସରୁ ଅଧିକ ସମୟ ପରେ ଯେବେ ସ୍ଵାମୀ ଘରକୁ ଫେରିଲେ ନାହିଁ ପତ୍ନୀଙ୍କୁ ସନ୍ଦେହ ହୋଇଥିଲା। ପତ୍ନୀ ନିଜ  ବାପାଙ୍କ ଉକ୍ତ ରିପୋର୍ଟ ଯାଞ୍ଚ କରିବାକୁ କହିଲେ। ବାପା ଜ୍ଵାଇଁର କରୋନା ପଜିଟିଭ୍ ରିପୋର୍ଟ ବିଷୟରେ ଲ୍ୟାବ୍‌ରେ ପଚରା ଉଚୁରା କରିବାକୁ ଜଣା ପଡିଲା ଯେ, ରିପୋର୍ଟ ନକଲି। ଲ୍ୟାବ୍‌ ନକଲି ସାର୍ଟିଫିକେଟ୍ ତିଆରି କରିଥିବା ସ୍ଵାମୀ ତଥା ବ୍ୟବସାୟୀଙ୍କ ପୁଅ ବିରୋଧରେ ଏଫଆଇଆର ରୁଜୁ କରିଛି।

ଏହି ଘଟଣା ମଧ୍ୟ ପ୍ରଦେଶର ମହୁ ଅଞ୍ଚଳର ଗ୍ଵାଲଟୋଲି ଥାନା ଅନ୍ତର୍ଗତରେ ଘଟିଛି। ପୋଲିସ ଅନୁଯାୟୀ, ୨୦୨୧ ଫେବୃଆରୀରେ ପ୍ଲାଇଉଡ ବ୍ୟବସାୟୀର ପୁଅ ଏଜାଜ ଅହମ୍ମଦଙ୍କ ବିବାହ ହୋଇଥିଲା। ତାଙ୍କ ଶାରୀରିକ ଦୁର୍ବଳତା କାରଣରୁ ସ୍ଵାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନ ଠିକ୍ ନଥିଲା। ଏହି କାରଣରୁ ଏଜାଜର ପତ୍ନୀଙ୍କ ସହ ଝଡଗା ହେଉଥିଲା। ଏହି କାରଣରୁ ସେ ପତ୍ନୀଠୁ ଦୂରରେ ରହିବାକୁ ଚାହୁଁଥିଲା।

ଏହା ପରେ ଏଜାଜ ଅହମ୍ମଦ ମେ ୨୫ ତାରିଖରେ ଫଟୋସୋପ୍ ଆପ୍ ଡାଉନଲୋଡ୍ କରିଥିଲେ ଏବଂ ଇନ୍ଦୋର ସେଣ୍ଟ୍ରାଲ ଲ୍ୟାବର ଜଣେ ପୀଡିତ ବ୍ୟକ୍ତିଙ୍କ କୋଭିଡ୍ ପଜିଟିଭ୍ ରିପୋର୍ଟକୁ ନିଜ ନାମରେ ବଦଳାଇଥିଲେ। କରୋନା ରିପୋର୍ଟ ପଜିଟିଭ୍ ମାନି ପତ୍ନୀ ଓ ପରିବାର ଲୋକ ଏଜାଜଠୁ ଦୂରେଇ ରହିଥିଲେ। ଏଏସପି ଜୟବୀର ସିଂହ ଭଦୋରିଆଙ୍କ ଅନୁଯାୟୀ, ମାସେ ପରେ ଘରକୁ ନଫେରିବାରୁ ଏଜାଜଙ୍କ ପତ୍ନୀ ମନରେ ସନ୍ଦେହ ଉପୁଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.