ପତ୍ନୀଙ୍କଠୁ ୫୭ ଲକ୍ଷ ଓ ସୁନାଗହଣା ଲୁଟି ସ୍ଵାମୀ ଫେରାର, ଘରୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | June 20, 2021 IST

ମୁମ୍ଵାଇ ୨୦।୦୬: ମୁମ୍ବାଇର ମାଟୁଙ୍ଗା କ୍ୟାମ୍ପରେ ରବିବାର ଏକ  ଚକିତ କରିବା ଭଳି ଘଟଣା ଘଟିଛି। ଜଣେ ବ୍ୟକ୍ତି ପତ୍ନୀଙ୍କଠୁ ୫୭ ଲକ୍ଷ ଟଙ୍କା ଏବଂ ଗହଣା ଚୋରି କରି ଫେରାର ହୋଇ ଯାଇଛନ୍ତି। ୫୫ ବର୍ଷୀୟ ବ୍ୟକ୍ତି ଉତ୍ତର ପ୍ରଦେଶର ଝାନ୍ସି ଜିଲ୍ଲାର  ନିବାସୀ। ଅଭିଯୁକ୍ତ ସ୍ଵାମୀ ସ୍ତ୍ରୀର ନଗଦ ଟଙ୍କା ଓ ସୁନାଗହଣ ଧରି ନିଜ ଗାଁକୁ ପଳାଇ ଯାଇଛି।

ପୋଲିସ ଅନୁଯାୟୀ, ବ୍ୟକ୍ତିଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ସେ ଧାରାବିରେ ଏକ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ। ମାତ୍ର ତାଙ୍କ ସ୍ଵାମୀ ତାଙ୍କର ପୈତୃକ ଗାଁ ଯିବାକୁ ଅନୁରୋଧ କରିଥିଲେ। ହେଲେ ସେ ଯିବାକୁ ମନା କରି ଦେଇଥିଲେ। ପୀଡିତ ମହିଳା ହେଲେ ମେରିୟମ ଶେଖ(୪୭)। ନିକଟରେ ସେ କଲ୍ୟାଣରେ ନିଜ ଦୋକାନ ବିକି ୫୨ ଲକ୍ଷ ଟଙ୍କା ନିଜ ଘରେ ରଖିଥିଲେ। 

ଅଭିଯୋଗ ଅନୁଯାୟୀ, ଯେତେବେଳେ ମହିଳା ଧାରାବିରେ ଏକ ବିବାହ ସମାରୋହକୁ ଯାଇଥିଲେ, ତାର ଫାଇଦା ଉଠାଇ ଅଭିଯୁକ୍ତ ସ୍ଵାମୀ ଇଦରିଶ ଶେଖ ଘରୁ ନଗଦ ୫୭ ଲକ୍ଷ ଟଙ୍କା ଓ ସୁନାଗହଣା ନେଇ ଫେରାର ହୋଇଯାଇଥିଲା। ଘରକୁ ଫେରିବା ପରେ ମହିଳା ଘଟଣା ବିଷୟରେ ଜାଣି ତାଙ୍କ ହୋସ୍ ଉଡି ଯାଇଥିଲା। ଅଭିଯୁକ୍ତ ସ୍ଵାମୀର ଫୋନ ସୁଇଚ୍ ଅପ ଥିବାରୁ ଯୋଗାଯୋଗ କରି ପାରିନଥିଲେ। ଏହା ପରେ ମହିଳା ସାହୁନଗର ଥାନାରେ ଏଫଆଇଆର ଦେଇଥିଲେ।

ବରିଷ୍ଠ ପୋଲିସ ଇନ୍ସପେକ୍ଟର ଦୀପକ ପଲଭ ସାଇ କହିଛନ୍ତି, ଅଭିଯୁକ୍ତ ଇଦରିଶ ଶେଖର ମୋବାଇଲର ଲୋକେସନ ତାର ପୈତୃକ ଗାଁରେ ମିଳିବା ପରେ, ସେଠାକୁ ଆମର ଟିମ୍ ପଠା ଯାଇଥିଲା। ସ୍ଥାନୀୟ ପୋଲିସର ସହାୟତାରେ ଅଭିଯୁକ୍ତ ଇଦରିଶକୁ ଗିରଫ କରାଯାଇଛି।

ପୋଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତକୁ ତାର ନିଜ ଗାଁର ଠିକଣା ମିଳିବା ପରେ ଗିରଫ କରାଯାଇଛି। ସେ ନିଜର ମୋବାଇଲ ନମ୍ବର ମଧ୍ୟ ବଦଳାଇ ଦେଇଥିଲା। ଉକ୍ତ ଅଞ୍ଚଳରେ ଶେଖକୁ ଚିହ୍ନିଥିବା ଅନେକ ଲୋକ ମିଳି ଯାଇଥିଲେ। ସେମାନଙ୍କଠୁ ଇଦରିଶର ମୋବାଇଲ ନମ୍ବର ଆଣିଥିଲା ପୋଲିସ। ଗିରଫ କରିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ଜୁନ ୨୧ ପର୍ଯ୍ୟନ୍ତ ପୋଲିସ ହାଜତରେ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.