ଦେଢ଼ ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀକୁ ଶୌଚାଳୟରେ ବନ୍ଦ କରି ରଖିଥିଲା ସ୍ବାମୀ, ଉଦ୍ଧାର ପରେ ମହିଳା ପ୍ରଥମେ ମାଗିଲେ ଖାଦ୍ୟ

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ: ହରିଆଣାରୁ ଏକ ଅମାନବୀୟତାର କରୁଣ ଚିତ୍ର ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଶୌଚାଳୟରେ ବନ୍ଦ ରଖାଯାଇ ଥିଲା। ଏ ନେଇ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ସେ ହିଁ ସମ୍ପୃକ୍ତ ମହିଳାଙ୍କୁ ଶୌଚାଳୟରେ ବନ୍ଦ କରି ରଖିଥିଲେ। ତେବେ ଏ ଘଟଣା ହେଉଛି ହରିଆଣାରୁ ପାନିପତର ସନୋଲି ଇଲାକାର। ଅଭିଯୁକ୍ତ ସ୍ବାମୀ ତା ସ୍ତ୍ରୀକୁ ମାଡ ମାରୁଥିଲା ଓ ଖାଇବାକୁ ମଧ୍ୟ ଦେଉ ନ ଥିଲା।

ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ସଂରକ୍ଷଣ ଅଧିକାରୀ ରଜନୀ ଗୁପ୍ତା ସନୋଲି ପୋଲିସର ସାହାଯ୍ୟ ଲୋଡିଲେ। ପୋଲିସ ସହାୟତା କ୍ରମେ ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇଛି। ଶୌଚାଳୟରୁ ବାହାରିବା ମାତ୍ରେ ମହିଳା ଜଣକ ପ୍ରଥମେ ଖାଇବାକୁ ମାଗିଲେ। ମହିଳାଙ୍କୁ ଗାଧୋଇବା ପରେ ତାଙ୍କୁ ଶାଢ଼ି ଚୁଡ଼ି ପିନ୍ଧା ଯିବା ପରେ ସେ ଲିପଷ୍ଟିକ ମଧ୍ୟ ମାଗିଲେ। ଦୀର୍ଘ ଦିନ ଶୌଚାଳୟରେ ବନ୍ଦ ରହିବାରୁ ତାଙ୍କ ଗୋଡ ସିଧା ହେଉ ନାହିଁ। ଏହା ସହ ଶୀରର ଅସ୍ଥି ଗୁଡ଼ିକର ଢ଼ାଞ୍ଚା ମଧ୍ୟ ବଦଳି ଯାଇଛି।

{"id":344671,"width":571,"height":321,"sizeSlug":"large"}

ସୂଚନାଯୋଗ୍ୟ ୩୫ ବର୍ଷୀୟା ରାମରତିଙ୍କ ସ୍ବାମୀ ନରେଶ ଶୌଚାଳୟରେ ବନ୍ଦ କରି ରଖିଥଲା। କେବଳ ଦିନକୁ ଗୋଟିଏ ଓଳି ବାହାରକୁ ବାହାର କରି ଖାଇବାକୁ ଦେଉଥିଲା। ଏ ବାବଦରେ ସୂଚନା ମିଳିବା ପରେ ଜିଲ୍ଲା ଅଧିକାରୀ ସେଠାରେ ପହଞ୍ଚିଲେ। ସେ​ତେବେଳେ ନ​ରେଶ ସାଙ୍ଗମାନଙ୍କ ସହ ବସି ତାସ ଖେଳୁଥିଲା। ତେବେ ମହିଳାଙ୍କୁ ସ୍ବାମୀଙ୍କ ବାବଦରେ ପଚରାଯିବାରୁ ସେ କିଛି କହି ନାହାନ୍ତି।

ଅପରିଷ୍କାର ପୋଷାକରେ ବନ୍ଦ ହୋଇ ରାମରତି ଶୌଚାଳୟରେ ବନ୍ଦ ରହିଥିଲେ। ବାହାରକୁ ବାହାରି ଖାଇବା ପରେ ତାଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ନରେଶ କହିଛି ୧୦ ବର୍ଷ ପୂର୍ବରୁ ରାମରତିଙ୍କ ବାପା ଓ ଭାଇଙ୍କ ମୃତ୍ୟୁ ହୋଇଯାଇଛି। ଏହା ପରେ ହିଁ ରାମରତି ମାନସିକ ରୋଗରେ ପୀଡ଼ିତ ଥିଲେ। କୁଆଡେ ଘର ଛାଡି ଚାଲି ନ ଯିବା ପାଇଁ ସେ ତାଙ୍କୁ ଶୌଚାଳୟରେ ବନ୍ଦ ରଖିଥିବା କହିଛନ୍ତି ନରେଶ। ତେବେ ଡାକ୍ତର ରିପୋର୍ଟ ନରେଶକୁ ମଗାଯିବାରୁ ସେ ୩ ବର୍ଷ ପୁରୁଣା ରିପୋର୍ଟ ଦେଇଛି। ଏବେ ନରେଶଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.