ଦିନରେ ଜଣେ ପତ୍ନୀଙ୍କ ସହ ଏବଂ ରାତିରେ ଅନ୍ୟ ଜଣଙ୍କ ସହ ରହୁଥିଲେ ସ୍ବାମୀ, ଜାଣନ୍ତୁ ତାପରେ କଣ ହେଲା

Published By : Prameya-News7 Bureau | April 17, 2019 IST

ଗାନ୍ଧିନଗର ୧୭।୪: ଜଣେ ପତ୍ନୀଙ୍କ ସହ ଦିନରେ ଅନ୍ୟ ଜଣଙ୍କ ସହ ରାତିରେ ରହୁଥିଲେ ସ୍ବାମୀ । ଏଭଳି ଘଟଣା ଦେଖିବାରୁ ମିଳିଛି ଗୁଜୁରାଟ ଗାନ୍ଧିନଗରରେ । ଗାନ୍ଧିନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଦୁଇଟି ବିବାହ କରିଥିଲେ । ମାତ୍ର ଏ ସଂପର୍କରେ କାହାରିକୁ ମଧ୍ୟ ଜଣାନଥିଲା। କାରଣ ସେ ଦିନରେ ଜଣେ ପତ୍ନୀଙ୍କ ପାଖରେ ରହୁଥିବା ବେଳେ ରାତିରେ ଅନ୍ୟ ଜଣଙ୍କ ପାଖରେ ରହୁଥିଲେ।

ବ୍ୟକ୍ତିଙ୍କର ପ୍ରଥମ ପତ୍ନୀଙ୍କୁ ଦ୍ବିତୀୟ ପତ୍ନୀ କଥା ଜଣାନଥିଲା । କାରଣ ଦୀର୍ଘ ୯ବର୍ଷ ତଳେ ସେ ପ୍ରେମ ବିବାହ କରି ଘରୁ ଚାଲି ଆସିଥିଲେ। ଆଉ ଏହାପରେ ସେ ପୁଣି ଥରେ ବିବାହ କରିଥିଲେ । ନିକଟରେ ଦ୍ବିତୀୟ ପତ୍ନୀ ଏକଥା ଜାଣିପାରି ମହିଳା ହେଲ୍ପ ଲାଇନରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ କତା ଜଣାପଡିଥିଲା । ଦ୍ବିତୀୟ ପତ୍ନୀଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ନାଇଟ୍‌ ସିଫ୍ଟର ବାହାନା କରି ରାତିରେ ଅନ୍ୟଜଣଙ୍କ ପାଖରେ ରହୁଥିଲେ ତେଣୁ ସେ ଏ ସମ୍ପର୍କରେ କିଛି ଜାଣିପାରି ନ ଥିଲେ। ଉକ୍ତ ବ୍ୟକ୍ତିଙ୍କର ପ୍ରଥମ ପତ୍ନୀଙ୍କ ଗୋଟିଏ ପୁଅ ଥିବାବେଳେ ଦ୍ବିତୀୟ ପତ୍ନୀଙ୍କର ମଧ୍ୟ ଗୋଟିଏ ରହିଛି । ଏକଥା ଜଣାପଡିବା ପରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.