Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା : ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ

7/01/2019 at 10:45 PM


କଟକ ୭/୧: ଟିଭି ସିରିଏଲ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛି । ନିକିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଗତ କାଲି ଚାଉଳିଆଗଞ୍ଜ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଫଳରେ ଗତକାଲି ଠାରୁ ଲିପନଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟିକିନିକି ଯାଞ୍ଚ କରିବା ସହ ବିଭିନ୍ନ ଲୋକଙ୍କୁ ପଚରାଉଚରା କରିଥିଲା । ଯାଞ୍ଚ ପରେ କଟକ ଡିସିପି ଅଖିଳେସ ସିଂ ଗଣମାଧ୍ୟମକୁ କହିଥିଲେ ଯେ, ଗତ ଶୁକ୍ରବାର ରାତିରେ ନିକିତା ଛାତ ଉପରୁ ପଡ଼ିବା ବେଳେ ଲିପନ ସେଠାରେ ଉପସ୍ଥିତ ଥିଲେ । ଏହି କଥା ଜଣାପଡ଼ିସାରିଛି । ତେବେ ପୋଲିସ ଅନୁସନ୍ଧାନ କରୁଛି ଯେ, ନିକିତାଙ୍କୁ ଲିପନ ପେଲି ଦେଇଥିଲେ ନା ନିକିତା ନିଜେ ପଡ଼ିଯାଇଥିଲେ ।

ସିଇଣ୍ଟିଫିକ୍ ଟିମ୍‌ର ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପଚରାଉଚରାରୁ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଥିଲା । ସେହି ଆଧାରରେ ଅଟକ ଥିବା ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ପୋଲିସ ଆଜି ସନ୍ଧ୍ୟାରେ ଗିରଫ କରିଛି । ଆସନ୍ତା କାଲି ତାଙ୍କୁ କୋର୍ଟଚାଲାଣ କରାଯିବ ।

ନିକିତାଙ୍କ ବାପା ଲିପନ ସାହୁଙ୍କ ସମେତ ନିକିତାଙ୍କ ସ୍ୱାମୀ ଓ ଶ୍ୱଶୂର ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଘରୋଇ ହସ୍ପିଟାଲରେ ନିକିତାଙ୍କ ମୃତ୍ୟୁ ହେବାପରେ ତାଙ୍କ ଶେଷ ଦର୍ଶନ ପାଇଁ ମଧ୍ୟ ନିକିତାଙ୍କ ଶାଶୁ କିମ୍ୱା ଶ୍ୱଶୂର କେହି ଆସିନଥିଲେ । ଗତ ୬ ମାସ ହେଲା ନିକିତା ତାଙ୍କ ବାପା ଘରେ ରହୁଥିଲେ । ନିକିତାଙ୍କ ଏକ ୪ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛନ୍ତି ।

ଲିପନ ଗିରଫ ହେବାପରେ ଆସନ୍ତା କାଲି ସମ୍ଭବତଃ ମୃତ ନିକିତାଙ୍କ ଶାଶୁ ଓ ଶ୍ୱଶୂରଙ୍କୁ ପୋଲିସ ଜେରା କରିପାରେ ।  

   Related Posts