Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିବାହର ପ୍ରଥମ ସପ୍ତାହରେ ଛାଡି ଚାଲିଯାଇଥିଲେ ସ୍ୱାମୀ, IAS ଅଫିସର ହୋଇ ଦେଖାଇଦେଲେ ଯୁବତୀ

29/02/2020 at 9:17 PM

କୌଣସି ମହିଳାଙ୍କ ସାରା ଜୀବନ ତାଙ୍କ ସ୍ୱାମୀଙ୍କ ଚତୁପାର୍ଶରେ ଘୁରିବୁଲେ ନାହିଁ। ତାଙ୍କର ବି ହକ୍ ରହିଛି ନିଜର ସ୍ୱପ୍ନ ପୁରା କରିବାକୁ। ଏହା କହିଛନ୍ତି କୋମଲ ଗଣାତ୍ରା। କୋମଲ ୟୁପିଏସସି ପରୀକ୍ଷାରେ ସଫଳ ହୋଇଛନ୍ତି। ସଂଘୀୟ ଲୋକ ସେବା ଆୟୋଗ ପରୀକ୍ଷା ଉତୀର୍ଣ୍ଣ ହେବା ତାଙ୍କ ଲାଗି ଏତେ ସହଜ ନଥିଲା। ଅନେକ କଷ୍ଟ ସ୍ୱୀକାର କରିବା ପରେ ସେ ଆଇଏଏସ୍ ଅଫିସର ହୋଇପାରିଛନ୍ତି। ଆସନ୍ତି ଜାଣିବା  ତାଙ୍କ ଜୀବନ ସଂଘର୍ଷର କାହାଣୀ।

କୋମଲ ୨୬ ବର୍ଷ ବୟସରେ ବିବାହ କରିଥିଲେ। ବିବାହ ବେଳେ ଝିଅମାନଙ୍କର ଯେଉଁ ସ୍ୱପ୍ନ ଥାଏ ତାଙ୍କର ମଧ୍ୟ ସୁଖ ଶଂସାରର ସ୍ୱପ୍ନଟିଏ ଥିଲା। ତେବେ ସମସ୍ତଙ୍କର ସ୍ୱପ୍ନ ଯେ ପୂରଣ ହୁଏ ତାହା କହିହେବ ନାହିଁ। ବିବାହର ମାତ୍ର ଗୋଟିଏ ସପ୍ତାହ ପୁରଣ ହୋଇନଥିଲା, ସ୍ୱାମୀ ତାଙ୍କୁ ଛାଡି ଚାଲିଯାଇଥିଲେ। କୋମଲ ଜଣେ ଏନଆରଆଇଙ୍କୁ ବିବାହ କରିଥିଲେ। ତେବେ ସେ ନ୍ୟୁଜିଲ୍ୟାଣ୍ଡ ଲାଗି କୋମଲଙ୍କୁ ଛାଡି ଚାଲିଯାଇଥିଲେ ।

ନବବିବାହିତାଙ୍କ ମୁଣ୍ଡରେ ଆକାଶ ଖସିପଡିଥିଲା। ହେଲେ ସେ ସାହାସ ହାରି ନଥିଲେ। ସେ ୟୁପିଏସସି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କୋମଲ କୁହନ୍ତି ଆମେ ଭାବୁ ବିବାହ ଆମକୁ ସମ୍ପୂର୍ଣ୍ଣ କରିଥାଏ। ହେଲେ ସମସ୍ତଙ୍କ ଭାଗ୍ୟରେ ତାହା ସମ୍ଭବ ହୋଇନଥାଏ। ସ୍ୱାମୀ ଛାଡି ଯିବା ପରେ ଏକ ଝିଅର ଜୀବନ କିପରି ତାହା ଅଙ୍ଗେ ଅଙ୍ଗେ ନିଭାଇ ଥିଲେ କୋମଲ। ପୁରା ସାହାସର ସେ ଜୀବନ ସଂଗ୍ରାମକୁ ସ୍ୱାଗତ କରିବା ସହ ଲକ୍ଷପଥରେ ଅଗ୍ରସର ହୋଇଥିଲେ। ଏବେ ଏଥିରେ ସେ ସଫଳ ହୋଇଛନ୍ତି।  

   Related Posts