Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ପତ୍ନୀ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ପ୍ରେମିକକୁ ହତ୍ୟାକଲା ସ୍ଵାମୀ ,ବାଇକରେ ନେଇ କେନାଲରେ ଦେଲା ଫୋପାଡ଼ି

17/03/2019 at 4:02 PM

ପ୍ରୟାଗରାଜ ୧୭/୩- ଆଉ ଏକ ପରକୀୟା ପ୍ରୀତିର କରୁଣ ପରିଣତି । ସ୍ବାମୀର ଅନୁପସ୍ଥିତିରେ ପ୍ରେମିକ ସହ ଶାରୀରିକ ସଂପର୍କ ରଖିବା ପଡ଼ିଲା ମହଙ୍ଗା । ପ୍ରେମିକକୁ ମାରି ଫୋପାଡ଼ିଦେଲା ସ୍ଵାମୀ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହଂଡ଼ିଆ ରାମନଗରରେ । ଶ୍ୟାମବିହାରୀ ନାମକ ଜଣେ ଯୁବକ ପରକୀୟା ପ୍ରୀତି ପାଇଁ ବଳି ପଡ଼ିବା ସେହି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ମୀରା ନାମକ ଜଣେ ବିବାହିତ ମହିଳା ସହିତ ଶ୍ୟାମବିହାରୀର ପ୍ରେମ ହେଲା ପରେ ଲୁଚାଛପା ପ୍ରେମ କରୁଥିଲେ । ଏମିତିକି ସ୍ଵାମୀ ନଥିବାବେଳେ ଉଭୟ ଶାରୀରିକ ସଂପର୍କ ମଧ୍ୟ ରଖୁଥିଲେ । ଏହିକଥା ସ୍ଵାମୀଙ୍କ ନଜରକୁ ଆସିଥିଲେ ବି କୌଣସି ସୁରାକ ପାଉ ନଥିଲେ ।

ଗାଁ ପାଖରେ ଅର୍କେଷ୍ଟ୍ରା ଦେଖିବାକୁ ଯାଇଥିଲେ ମହିଳାଙ୍କ ସ୍ଵାମୀ ।ରାତିରେ ଫେରିବା ପରେ ଯାହା ଦେଖିଲେ ଗୋଡ଼ ତଳେ ମାଟି ରହି ନଥିଲା । ଶ୍ୟାମବିହାରୀ ଓ ମୀରା ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିଥିଲେ ମହିଳାଙ୍କ ସ୍ଵାମୀ ।

ଏହି ଘଟଣା ଦେଖି ମହିଳାଙ୍କ ସ୍ଵାମୀ ଶ୍ୟାମବିହାରୀକୁ ହତ୍ୟା କରିଥିଲେ ।  ହତ୍ୟାପରେ ସ୍ତ୍ରୀ ମୀରା ସହଯୋଗରେ ବାଇକରେ ଶ୍ୟାମବିହାରୀର ଶବକୁ ବାନ୍ଧି କିଛିଦୂରରେ ଥିବା କେନାଲ ନିକଟରେ ଫୋପାଡ଼ି ଦେଇଆସିଥିଲେ ।

ଶ୍ୟାମବିହାରୀ ନିଖୋଜ ହୋଇଯିବା ପାଇଁ ପରିଵାର ପକ୍ଷରୁ ମଧ୍ୟ ଥାନାରେ ଦେଇଥିଲେ ଏତାଲା । କିନ୍ତୁ ନିଖୋଜ ହେବାର ୨ଦିନ ପରେ ଶ୍ୟାମବିହାରୀର ଶବ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେବାପରେ ଶବକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି ।

   Related Posts